ବଣାଇ : ପିକଅପ୍ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ।। ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।

0 827

ବଣାଇ : ୨୩/୬ (ସତ୍ୟାନ୍ୟୁଜ) ଏକ ପିକଅପ୍ ଭ୍ୟାନ ଧକ୍କାରେ ଆଜି ସକାଳେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ କଷଡା ଛକ ନିକଟରେ। ଭ୍ୟାନ ଧକ୍କାରେ ବାଇକ୍ ଚାଳକ ଖଜୁରୀବାହାଲ ଗ୍ରାମର ଶୁକ୍ରୁ କିସାନ ଗୁରୁତର ଭାବେ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ବଣାଇଁ ସରକାରୀ ଡାକ୍ତର ଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଟିକାୟତପାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛକ ନିକଟରେ ବେଆଇନ ଭାବେ କିଛି ଦୋକାନ ଥିବାରୁ ଉଭୟ ପାର୍ଶ୍ୱର ରାସ୍ତା ଦେଖା ଯାଉନଥିବା ଅଭିଯୋଗ ହୋଇଛି। ଏ ବାବଦରେ ପ୍ରସାଶନ ଏବଂ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନାହିଁ।

Leave A Reply

Your email address will not be published.