ମୟୁରଭଞ୍ଜ : ଟାଟା ମେକ୍ସିମା ଗାଡି ଓଲଟି ଜଣେ ମୃତ , ୧୫ ଆହତ।। ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ଦୁର୍ଘଟଣା।

0 461

ମୟୁରଭଞ୍ଜ : ୨୨/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆଜି ଏକ ଟାଟା ମେକ୍ସିମା ଗାଡି ଓଲଟି ପଡିବା ଫଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ। ଆହତ ମାନଙ୍କୁ ଜଶୀପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ବିଶୋଇ ଥାନା ଅନ୍ତର୍ଗତ ବଣକାଠି ଗ୍ରାମ ରୁ ଏକ ମେକ୍ସିମା ଗାଡିରେ ୩୦ ଜଣ ମହିଳା ଏବଂ ପୁରୁଷ ଲୋକ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ବାରିପଦା ଯାଉଥିଲେ। ଦୁର୍ଭାଗ୍ୟ ବଶତଃ ଗାଡିଟି ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣଯାଇ ଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅଧିକାଂଶ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.