ବଣାଇ : ଜଳ ଯୋଗାଣ ପାଇଁ ଗ୍ରାମଞ୍ଚଳକୁ ବିଛା ଯାଇଥିବା ପାଇପ ଚୋରି ଅଭିଯୋଗ।। ଗ୍ରାମବାସୀ ୩ ଜଣଙ୍କୁ ଧରି ପୋଲିସକୁ ଦେଲେ।

0 429

ବଣାଇ : ୨୨/୬ (ସତ୍ୟାନ୍ୟୁଜ) ଗ୍ରାମଞ୍ଚଳକୁ ପାଣି ଯୋଗାଇବାକୁ ବିଛା ଯାଇଥିବା ପାଇପ ଚୋରି କରୁଥିବା ବେଳେ ତିନିଜଣ ଗ୍ରାମ ବାସୀଙ୍କ ହାତରେ ଧରା ପଡିଛନ୍ତି। ଚୋରଙ୍କୁ ଗିରଫ କରିବାରେ ପୋଲିସ ର ଉଦାସୀନତା ଅଭିଯୋଗ କରି ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ଭାଲୁପାଣି ଗ୍ରାମରେ। ବୁଧବାର ରାତିରେ କେତେକ ଲୋକ ଏକ ପିକଅପ୍ ଭ୍ୟାନ ଧରି ପାଇପ ଭାଙ୍ଗୁ ଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ। ଚୋରଙ୍କୁ ଧରି ଗ୍ରାମବାସୀ ପୋଲିସଙ୍କୁ ଖବର ଦେଇଥିଲେ। ରାତିରେ ପୋଲିସ ଚୋରଙ୍କୁ ଥାନାକୁ ନେଇନଥିଲେ। ଫଳରେ ଗ୍ରାମବାସୀ ମାନେ ଚନ୍ଦ୍ରପୁର-କୁଚିଣ୍ଡା ରାସ୍ତା ଅବରୋଧ କରିଥିଲେ। ଆଜି ଟିକାୟତ ପାଲି ଥାନା ଅଧିକାରୀ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟି ଥିଲା। ପୋଲିସ ୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.