ରାଉରକେଲା : ସହରରେ ପଲସର୍ ବାଇକ୍ ଲୁଟେରାଙ୍କ ଆତଙ୍କ।। ମହିଳା ଙ୍କ ବେକରୁ ସୁନା ଚେନ୍ ଲୁଟ୍।। ମହିଳା ସ୍କୁଟି ରୁ ପଡ଼ି ଗୁରୁତର।
ରାଉରକେଲା:୪/୧୦
(ସତ୍ୟାନ୍ୟୁଜ) ରାଉରକେଲା ସହରରେ ପୁଣି ପଲସର୍ ବାଇକ୍ ଲୁଟେରାଙ୍କ ଆତଙ୍କ। ମହିଳାଙ୍କ ବେକରୁ ଚେନ୍ ଟାଣି ନେବା ବେଳେ ମହିଳା ସ୍କୁଟି ରୁ ପଡ଼ି ଗୁରୁତର। ଚେନ୍ ଲୁଟି ପରେ ଆଖି ପିଛୁଳାକେ ବାଇକ୍ ଧରି ଲୁଟେରା ଦୁଇ ଜଣ ଫେରାର। ପୋଲିସ୍ ସି ସି ଟିଭି କ୍ୟାମେରା ଯାଞ୍ଚ କରି ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ୧୫ ନମ୍ୱର୍ ସେକ୍ଟର ରେ ରହୁଥିବା ବେବି ନାଜରିନା ଏବଂ ତାଙ୍କ ଶାଶୁ ଅନସାରୀ ଖାତୁନ୍ ଙ୍କ ସହ ସ୍କୁଟି ରେ ରାଉରକେଲାରୁ ଫେରିବା ବେଳେ ଲୁଟ୍ ର ଶିକାର ହୋଇଥିଲେ। ସ୍କୁଟିରେ ତାଙ୍କ ସଙ୍ଗେ ବେବୀ ନାଜରୀନା ଙ୍କ ୩ ବର୍ଷ ଏବଂ ୧୨ ମାସ ଦୁଇ ଶିଶୁ କନ୍ୟା ଥିଲେ। ଆମ୍ବଗାନ୍ ଛକ ଧାନରାଜ ପେଟ୍ରୋଲ ପମ୍ପ ପୂର୍ବରୁ ଦୁଇ ଜଣ ଲୁଟେରା ବାଇକ୍ ରେ ଆସି ପଛପଟୁ ଅନସାରୀ
ଖାତୁନ୍ ଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଝଟକା ଖାଇ ଅନସାରୀ ସ୍କୁଟିରୁ ତଳେ ପଡ଼ି ଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ଥିଲେ। ଏହି ସମୟରେ ପଛରୁ ଏକ ବସ୍ ଆସୁଥିଲା। ମାତ୍ର ବସ୍ ଡ୍ରାଇଭର ଜରୁରୀ କାଳୀନ ବ୍ରେକ ମାରି ଗାଡ଼ି ଅଟକାଇ ଦେବାରୁ ବଡ ଦୁର୍ଘଟଣା ଟଳି ଯାଇଥିଲା। ସଙ୍ଗେ ସଙ୍ଗେ ଆହତ ଅନସାରୀ ଙ୍କୁ ଆଇଜିଏଚ୍ ନିଆ ଯାଇଥିଲା। ଏବେ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ ମଧ୍ୟ ଖଟ ରୁ ଉଠି ପାରୁ ନାହାନ୍ତି।
ଏ ବାବଦରେ ୭ ନମ୍ୱର୍ ସେକ୍ଟର ଥାନାରେ ଏକ ମାମଲା ରଜ୍ଜୁ ହୋଇଛି। ପୋଲିସ୍ ବିଭିନ୍ନ ଛକ ରେ ଥିବା କ୍ୟାମେରା ଯାଞ୍ଚ କରି ଦୁବୃର୍ତ୍ତ ଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।
ଗତ କିଛି ଦିନ ହେଲା ରାଉରକେଲା ସହରରେ ବାଇକ୍ ଲୁଟେରା ଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଗତ ମାସ ୨୫ ତାରିଖରେ ଛେଣ୍ଡ କଲୋନୀ ରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ବାଇକ୍ ଲୁଟେରା ଦ୍ୱୟ ଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଏବେ ଶନିବାର ସନ୍ଧ୍ୟା ଘଟଣା ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଛି।