ମନ୍ଦାର ଗଛ ଲଗାଇବାକୁ ନେଇ ବୋହୂକୁ ଗରମ ତେଲ ଫୋପାଡିଲା ଶାଶୁ
ବାଲେଶ୍ୱର:୪/୯
(ସତ୍ୟାନ୍ୟୁଜ) ନିଜ ବାଡିରେ ଏକ ମନ୍ଦାର ଗଛ ଲଗାଇବାରକୁ ନେଇ ବୋହୂକୁ ଗରମ ତେଲ ଫୋପାଡିଲେ ଶାଶୁ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ମଠ ନୁଆଗାଁ ରେ । ଖଇରା ପୁଲିସ ସୁଇଟିଙ୍କ ଶାଶୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି l
ଗାଁର ହରିଶ୍ଚନ୍ଦ୍ର ଶିଅଳ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସୁଇଟ୍ ଶିଅଳଙ୍କୁ ତାଙ୍କ ଶାଶୁ ସାବିତ୍ରୀ ଗରମ ତେଲ ଫୋପାଡିଥିଲେ । ଗରମ ତେଲ ସୁଇଟଙ୍କ ପିଠି ଛାତିରେ ପଡ଼ି ଅନେକ ଅଂଶ ପୋଡିଯାଇଛି l ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଖଇରା ପୁଲିସ ସୁଇଟିଙ୍କ ଶାଶୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି l