a
ଉରକେଲା ରେଳ ଷ୍ଟେସନରୁ ୫ ଗଞ୍ଜେଇ ବେପାରୀ ଗିରଫ
୬୬ କେଜି ଗଞ୍ଜେଇ ଜବତ, ମୂଲ୍ୟ ୬.୫ ଲକ୍ଷରୁ ଅଧିକ
ରାଉରକେଲା : ୪/୧୦
(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରେ ଜିଆରପି ପୁଲିସକୁ ବଡ଼ ସଫଳତା ମିଳିଛି। ୬୬ କେଜି ଗଞ୍ଜେଇ ଜବତ ସହ ୫ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ରେଳବାଇ ପୁଲିସ।
ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣି ଇସ୍ପାତ ଏକ୍ସପ୍ରେସ୍ ଯୋଗେ ଚାଲାଣ କରିବାକୁ ଯୋଜନା କରିଥିଲେ।
ତେବେ ରାଉରକେଲା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଜିଆରପି ପୁଲିସ ସେମାନଙ୍କୁ ଧରିବା ସହ ଗଞ୍ଜେଇ ଜବତ କରିଥିଲା।
ଏହି ଘଟଣାରେ ଏନଡିପିଏସ୍ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଗଞ୍ଜେଇ ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।