ରାଉରକେଲା : ଆଇଟିଡିଏ ହଲ୍ ରେ ଚାଲିଛି କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ।। ଚଳିତ ବର୍ଷ ୯୬ ଟି ମଣ୍ଡପରେ ଦୁର୍ଗାପୂଜା ।

0 82

ରାଉରକେଲା : ୪/୧୦
(ସତ୍ୟାନ୍ୟୁଜ) ରାଉରକେଲା ଆଇଟିଡିଏ ହଲ୍ ରେ ସମ୍ମାନଜନକ ସେଣ୍ଟ୍ରାଲ ପୂଜା କମିଟି ଲାଗି ନିର୍ବାଚନ ଚାଲିଛି। ସକାଳ ୯ ଟା ରୁ ଭୋଟିଂ ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ। ଦୁର୍ଗାପୂଜା, କାଳୀପୂଜା , ଲକ୍ଷ୍ମୀ ପୂଜା ସୁଚାରୁ ରୂପେ ସମ୍ପାଦନ ପାଇଁ ରାଉରକେଲା ରେ କେନ୍ଦ୍ରୀୟ ପୂଜା କମିଟି ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହାର ଦାୟିତ୍ୱ ତୁଲାଇ ଆସିଛି। ଚଳିତ ବର୍ଷ ୯୬ ଟି ମଣ୍ଡପରେ ଦୁର୍ଗା ପୂଜା , ୪୭ ଟି ସ୍ଥାନରେ କାଳୀପୂଜା ଏବଂ ୧୧୪ ଟି ସ୍ଥାନରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଚାଲି ଥିବା ବେଳେ ଆଜି କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ ହେଉଛି।

Leave A Reply

Your email address will not be published.