ରାଉରକେଲା: ବାଇକ୍ ରେ ଆସି ମହିଳା ଙ୍କ ଠାରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ର ଦୁଇ ସଦସ୍ୟ ଗିରଫ।। ଲୁଟ୍ ହୋଇଥିବା ସୁନା ଗହଣା, ମୋବାଇଲ ଫୋନ୍ ଜବତ।

0 28

ଚ୍ଛେଣ୍ଡ କଲୋନୀ ରେ ମହିଳାଙ୍କଠାରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ, ୨ ଅଭିଯୁକ୍ତ ଗିରଫ।
କ୍ରାଇମ୍ ରେ ବ୍ୟବହୃତ ବାଇକ୍ ଜବତ୍।

ରାଉରକେଲା : ୩/୧୦
(ସତ୍ୟାନ୍ୟୁଜ) ଛେଣ୍ଡ କଲୋନୀରେ ଆତଙ୍କ ସୃଷ୍ଟି କରିଥିବା ବାଇକ୍ ଲୁଟେରାଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ଏହି ଦୁର୍ବୃତ୍ତ ମାନେ ବାଇକ୍ ରେ ଆସି ମହିଳାଙ୍କୁ ଲୁଟ୍ ର ଟାର୍ଗେଟ କରୁ ଥିଲେ। ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ସହ ଲୁଟ୍‌ ସାମଗ୍ରୀ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୫ ତାରିଖ ରାତି ପ୍ରାୟ ୮ଟା ସମୟରେ ଛେଣ୍ଡ୍‌ କଲୋନୀ ଫେଜ୍‌-୧ ର ବାସିନ୍ଦା ପୁନମ ବଜାଜ ଘରକୁ ଫେରୁଥିବା ବେଳେ ପତଞ୍ଜଳି ଷ୍ଟୋର ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏକ ନାଲି ରଙ୍ଗର ମୋଟରସାଇକେଲରେ ଆସି ତାଙ୍କ ୱାଲେଟ୍‌ ଛଡ଼ାଇ ନେଇଥିଲେ।
ଏହି ୱାଲେଟ୍‌ରେ ସୁନା କାନଫୁଲ, ମୋବାଇଲ ଫୋନ୍‌ ଓ ନଗଦ ଟଙ୍କା ଥିଲା।
ଏନେଇ ଛେଣ୍ଡ୍‌ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଗୁପ୍ତ ସୂଚନା ଆଧାରରେ ଦୁଇ ଅଭିଯୁକ୍ତ ଶୁଭମ କୁମାର ତାଜନ ଓ ପ୍ରକାଶ ରାୟ ଙ୍କୁ ଗିରଫ କରିଛି ପୁଲିସ।
ଗିରଫ ଅଭିଯୁକ୍ତଙ୍କଠାରୁ ଲୁଟ୍‌ ହୋଇଥିବା ସୁନା କାନଫୁଲ, ମୋବାଇଲ ଫୋନ୍‌ ଓ ନଗଦ ଟଙ୍କା ଉଦ୍ଧାର କରାଯାଇଛି।
ଏହି ଘଟଣାରେ ପୁଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.