ବିରମିତ୍ରପୁର: ବସ୍ – ଟ୍ରେଲର ମଧ୍ୟରେ ଦୁର୍ଘଟଣା।। ୫ କିଲୋମିଟର ପର୍ଯ୍ୟନ୍ତ ରାଜପଥ ଜାମ୍।। ୧୪୩ ନମ୍ୱର୍ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣାରେ ଲୋକେ ଅତିଷ୍ଠ।

0 123

ବିରମିତ୍ରପୁର : ୨୩/୯
(ସତ୍ୟାନ୍ୟୁଜ) ପୁଣି ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା। ବସ୍ ଟ୍ରେଲର ମଧ୍ୟରେ ଦୁର୍ଘଟଣା ହୋଇଥିବାରୁ ଜାତୀୟ ରାଜପଥ ରେ ଜାମ୍ ସ୍ଥିତି ଉପୁଜିଛି। ଫଳରେ ୫ କିଲୋମିଟର ପର୍ଯ୍ୟନ୍ତ ଉଭୟ ପେଟ ଜାମ୍ ଲାଗି ରହିଛି। ବିରମିତ୍ରପୁର ଟାଉନ୍ ମଧ୍ୟ ଦେଇ ଯାଇଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଲଗାତାର ଭାବେ ଦୁର୍ଘଟଣା ହେଉଥିବାରୁ ଲୋକ ମାନେ ଚିନ୍ତାରେ ଅଛନ୍ତି। ସୋମବାର ରାତିରେ ଟ୍ରକ୍ ସ୍କୁଟି କୁ ଧକ୍କା ଦେବାରୁ ଜଣେ ବିଏସଏଫ୍ ଯବାନ ମୃତ୍ୟୁ ବରଣ କରିଥିଲେ। ଲୋକଙ୍କ ମନରୁ ଏହି ଦୁଃଖଦ ଘଟଣା ଯାଇ ନଥିବା ବେଳେ ଆଜି ପୁଣି ବସ୍ ଏବଂ ଟ୍ରେଲର ମଧ୍ୟରେ ଦୁର୍ଘଟଣା ଘଟି ଟ୍ରାଫିକ ଜାମ୍ ସ୍ଥିତି ଉପୁଜିଛି। ବିରମିତ୍ରପୁର ଟାଉନ୍ ପେଟ୍ରୋଲ ପମ୍ପ ନିକଟରେ ଆଜି ମଧ୍ୟାହ୍ନ ରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ପହଞ୍ଚି ରାସ୍ତା କ୍ଲିୟର କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ୫ କିଲୋମିଟର ପର୍ଯ୍ୟନ୍ତ ଜାମ୍ ଲାଗି ରହିଛି। ଖରାପ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.