ରାଜଗାଙ୍ଗପୁର : ରାଜଗାଙ୍ଗପୁରରେ ଚାଲିଛି ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା।। ୩୫ ପ୍ଲାଟୁନ୍ ପୋଲିସ ମୁତୟନ।। ୧୦୦ ଅଫିସର୍ ଡ୍ୟୁଟି ରେ।

0 75

ରାଜଗାଙ୍ଗପୁର: ୨୨/୯
(ସତ୍ୟାନ୍ୟୁଜ) ଆଜି ରାଜଗାଙ୍ଗପୁର ରେ ଗଣେଶ ପୂଜା ଭସାଣି ଉତ୍ସବ। ଶାନ୍ତି ଶୃଙ୍ଖଳା ସହ ଭସାଣି ଉତ୍ସବ ସମ୍ପନ୍ନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମୁଦାୟ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୦୦ ଜଣ ପୋଲିସ୍ ଅଫିସର୍ ଙ୍କୁ ଡ୍ୟୁଟି ରେ ନିୟୋଜିତ କରା ଯାଉଛି। ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ୍ କୌର ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଗତକାଲି ଏସପି ପୋଲିସ୍ ଫୋର୍ସ ଏବଂ ଅଧିକାରୀ ମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ବ୍ରିଫିଂ କରିଥିଲେ। ରାଜଗାଙ୍ଗପୁର ସହର ଏବଂ ଆଖପାଖ ଅଞ୍ଚଳରେ ୧୦୦ ରୁ ଅଧିକ ଛୋଟ ବଡ ଗଣେଶ ପେଣ୍ଡାଲ ହୋଇ ଥିବା ବେଳେ ଆଜି ଭସାଣି ଉତ୍ସବ ଚାଲିଛି। ଶାନ୍ତି ଶୃଙ୍ଖଳା ସହ ଭସାଣି ଉତ୍ସବ ସମ୍ପନ୍ନ ପାଇଁ ଜନସାଧାରଣ , ବିଭିନ୍ନ ପୂଜା କମିଟି ସଦସ୍ୟ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରା ଯାଇଛି।

Leave A Reply

Your email address will not be published.