ରାଉରକେଲା: ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଟ୍ରେଲର ରେ ଆସୁଥିବା ୩୦ ଟନ୍ ଚୋରା କୋଇଲା ଜବତ୍।। ୨ ଗିରଫ।। ରାଉରକେଲା ଆସୁଥିଲା କୋଇଲା।

0 82

କୋଇଲା ଚୋରା ଚାଲାଣ ହେଉ ଥିବା ବେଳେପୋଲିସ ର ଛଡାଉ। ୩ ଲକ୍ଷ ଟଙ୍କାର କୋଇଲା ସହିତ ଟ୍ରଲର ଜବତ ୨ ଅଟକ ।
ରାଉରକେଲା : ୨୨/୯(ସତ୍ୟାନ୍ୟୁଜ) ବେଆଇନ୍ ଭାବେ ଚାଲାଣ ହେଉଥିଲା କୋଇଲା । ଖବର ପାଇ ଲହୁଣୀପଡା ଥାନା ପୋଲିସ ଦର୍ଜିଂ ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏହି କୋଇଲା ବୋଝେଇ ଟ୍ରେଲର କୁ ଅଟକାଇଥିଲେ। ପାଖାପାଖି ୩୦ ଟନ୍ ଚୋରା କୋଇଲା ରାଉରକେଲା ଚାଲାଣ ହେଉଥିବା ପୋଲିସ୍ ସନ୍ଦେହ କରୁଛି।
ଟ୍ରଲରରେ ଥିବା କୋଇଲା ର କୌଣସି ବୈଧ କାଗଜପତ୍ର ନଥିବାରୁ ଟ୍ରଲର ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଛି ପୋଲିସ। ଜବତ କୋଇଲା ର ଆନୁମାନିକ ମିଳୁ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ କୋଇଲା କେଉଁଠାରୁ ଆସିଥିଲା, କେଉଁଠାକୁ ଯାଉଥିଲା ତାହା ଏବେ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.