ବିରମିତ୍ରପୁର: ସଡ଼କ ଦୁର୍ଘଟଣାରେ ମୃତ ବିଏସଏଫ୍ ଯବାନ ଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ।। ବି ଏସ ଏଫ୍ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ।
ବିରମିତ୍ରପୁର: ୨୨/୯ (ସତ୍ୟାନ୍ୟୁଜ) ଗତକାଲି ବିରମିତ୍ରପୁର ରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଏସଏଫ୍ ଯବାନ ଭରତୁ ଭଗତ୍ ଙ୍କ ଅନ୍ତିମ ସଂସ୍କାର ତାଙ୍କ ନିଜ ଗାଁ ନୂଆଗାଁ ବ୍ଲକ୍ କୋକରମା ପଞ୍ଚାୟତ ର ମହୁଲ ଛପର ଗାଁରେ ଆଜି ସମ୍ପନ୍ନ ହୋଇ ଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ବେଳେ ଗାର୍ଡ ଅଫ୍ ଅନର୍ ଦିଆ ଯାଇଥିଲା। ଭୁବନେଶ୍ବର ବି ଏସ ଏଫ୍ ର ଏକ ଦଳ ତାଙ୍କୁ ଶେଷ ସମ୍ମାନ ଦେବାକୁ ଆସିଥିଲେ। ଶହଶହ ଲୋକଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଭରତୁ ଭଗତ୍ ଙ୍କ ଧର୍ମପତ୍ନୀ , ପରିବାର ବର୍ଗ ତାଙ୍କ ଅକାଳ ବିୟୋଗ ରେ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ। ଯବାନ ଭରତୁ ଭଗତ୍ ଛୁଟିରେ ଆସିଥିବା ବେଳେ ଗତକାଲି ରାତିରେ ବିରମିତ୍ରପୁର ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏକ ଟ୍ରକ୍ ତାଙ୍କ ସ୍କୁଟି କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରତିବାଦରେ ସ୍ଥାନୀୟ ଲୋକେ ୮ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ।