ଭୁବନେଶ୍ବର: ଚିଲିକାରେ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଟ୍ ଚଳାଚଳ।। ଲଘୁଚାପ ପ୍ରଭାବରେ ବର୍ଷା ପବନ ଯୋଗୁଁ ବନ୍ଦ।

0 49

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ।
ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ। ୩ ଦିନ ଯାତାୟାତ ବନ୍ଦ ରହିବ।
ଭୁବନେଶ୍ୱର, ସେପ୍ଟେମ୍ବର ୨୨, (ସତ୍ୟାନ୍ୟୁଜ):
ଲଘୁଚାପ ପ୍ରଭାବରେ ଚିଲିକାରେ ଜାରି ରହିଛି ପ୍ରବଳ ବର୍ଷା ସାଙ୍ଗକୁ ପବନ। ଲଗାତାର ବର୍ଷା ଯୋଗୁଁ ଚିଲିକାର ଜଳସ୍ତର ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି।
ଏପଟେ, ପୁରୀ ଜିଲ୍ଲା ପାଇଁ ଆଇଏମ୍‌ଡି ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ପରେ ଲୋକଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନେଇଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ।
ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବ।
ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।
ପାଗରେ ସୁଧାର ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.