ବିରମିତ୍ରପୁର ୧୫୩ ନମ୍ବର ଜାତୀୟ ରାଜପଥ ଜରାଜୀର୍ଣ୍ଣ ଅବସ୍ଥା ନେଲା ଆଉ ଏକ ଜୀବନ। ବିଏସଏଫ୍ ଯବାନଙ୍କ ମୃତ୍ୟୁକୁ ନେଇ ତେଜିଲା ଅସନ୍ତୋଷ।
ବିରମିତ୍ରପୁର: ୨୨/୯
(ସତ୍ୟାନ୍ୟୁଜ) ବିରମିତ୍ରପୁର ରାଣୀ ସତୀ ମନ୍ଦିର ନିକଟରେ ଗତକାଲି ରାତି ରେ ଦୁର୍ଘଟଣାରେ ଜଣେ ବିଏସଏଫ୍ ଜବାନ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଲାଗି ରହିଛି। ୧୪୩ ନମ୍ୱର୍ ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଛି।
ଜରାଜୀର୍ଣ୍ଣ ରାସ୍ତାରେ ଦୁର୍ଘଟଣାରେ ଜଣେ ବିଏସଏଫ୍ ଯବାନଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଯବାନଙ୍କ ପରିଚୟ ଭରତୁ ଭଗତ ବୋଲି ଜଣାପଡ଼ିଛି।
ମୃତଦେହକୁ ରାସ୍ତା ଉପରେ ରଖି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ରାତି ପ୍ରାୟ ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ରାସ୍ତାରୋକ।
ଜରାଜୀର୍ଣ୍ଣ ରାସ୍ତାର ମରାମତି ଓ ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଦାବିରେ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା।
ଦୀର୍ଘ ସମୟର ଆଲୋଚନା ପରେ ବହୁ କଷ୍ଟରେ ରାସ୍ତାରୋକ ହଟିଥିଲା ଏବଂ ଏହାପରେ ମୃତଦେହକୁ ଘଟଣାସ୍ଥଳରୁ ଉଠା ଯାଇଥିଲା। ତେବେ ବିରମିତ୍ରପୁର ଦେଇ ଯାଉଥିବା ୧୪୩ ନମ୍ୱର୍ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକଙ୍କ ଜୀବନ ହାନି ଘଟୁଛି। ଖରାପ ରାସ୍ତା ଯୋଗୁଁ ଏହି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଶୀଘ୍ର ରାସ୍ତା ମରାମତି କରିବାକୁ ଦାବି ହେଉଛି।