ରାଉରକେଲା: ହିଟ୍ ଆଣ୍ଡ ରନ୍ କେଶ୍ ର କାର ଜବତ୍।। ଦୁଇ ଜଣ ଅଟକ।। ଦୁର୍ଘଟଣାରେ ବାଙ୍କୀର ରୋହିତ୍ ଜୟସ୍ବାଲ ଙ୍କ ମୃତ୍ୟୁ ହୋଇଥିଲା।

0 119

ରାଉରକେଲା: ୨୧/୯
(ସତ୍ୟାନ୍ୟୁଜ) ହିଟ୍ ଆଣ୍ଡ ରନ୍ କେଶ୍ ରେ ଲାଠିକଟା ପୋଲିସ୍ ଦୁର୍ଘଟଣା ଘଟାଇଥିବା ଲାଲ ରଙ୍ଗ ର କାର କୁ ଜବତ୍ କରିବା ସହ ୨ ଜଣଙ୍କୁ ଅଟକ ରଖିଛନ୍ତି। ଶନିବାର ରାତିରେ ଲାଠିକଟା ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏହି ଏହି ଦୁର୍ଘଟଣା ଘଟିଥିଲା। ବାଙ୍କି ର ରୋହିତ୍ ଜୟସ୍ବାଲ ବାଇକ୍ ରେ ଘରକୁ ଯାଉଥିବା ବେଳେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରେ ରୋହିତ୍ ଙ୍କ ମୃତ୍ୟୁ ହୋଇ ଯାଇଥିଲା।
ପୋଲିସ୍ ତଦନ୍ତ କରି ଦୁର୍ଘଟଣା ଘଟାଇଥିବା କାର ଚାଳକ ସମେତ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି। କାର ମଧ୍ୟ ରେ ମଦ ବୋତଲ ମିଳିଥିବା ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି। ପୋଲିସ୍ ସମସ୍ତ ଦିଗରୁ ତଦନ୍ତ କରୁଛି।

Leave A Reply

Your email address will not be published.