ଦନ୍ତା ହାତୀ ର ଗଳିତ ମୃତ ଦେହ ଉଦ୍ଧାର। ବନବିଭାଗ ର ତଦନ୍ତ ଜାରି।
ବଣାଇ:୨୧/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଜରଡ଼ା ରେଞ୍ଜର ମଜୁରୀଡିମା ସେକ୍ସନ ର ରାଇପୁରିଆ ରିଜର୍ଭ ଫରେଷ୍ଟ ରେ ଏକ ଦନ୍ତା ହାତୀ ର ଗଳିତ ମୃତ ଦେହ ଉଦ୍ଧାର କରା ଯାଇଛି। ଜଙ୍ଗଲକୁ ଯାଇ ଥିବା କିଛି ଲୋକ ହାତୀ ର ମୃତଦେହ ପଡିଥିବାର ଦେଖି ବନବିଭଗ କୁ ଖବର ଦେଇ ଥିଲେ । ଜରଡ଼ା ରେଞ୍ଜର ଏବଂ ତାଙ୍କ କର୍ମଚାରୀ ଘଟଣା ସ୍ଥଳରେ ପହଁଚିବା ପରେ ଡ଼ିଏଫଓ ଙ୍କୁ ଖବର ଦେଇ ଥିଲେ । କିଛି ଦିନ ହେଲା ଏହି ଦନ୍ତା ହାତୀ ଅସୁସ୍ଥ ହୋଇ ଜଙ୍ଗଲ ରେ ବୁଲୁ ଥିଲା । ବନ ବିଭାଗ ହାତୀ ର ଗତି ଵିଧି ଉପରେ ନଜର ରଖି ଥିବା ବେଳେ କାଲି ତାର ମୃତ୍ୟୁ ଖବର ମିଳିଥିଲା। ବଣାଇ ଡ଼ିଏଫ ଓ ଏବଂ ଏସିଏଫ୍ , ରେଞ୍ଜର ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।