ରାଉରକେଲା : ପାନପୋଷ ମାର୍କେଟ ରେ ଜଳି ଗଲା ୪ ଟି ଦୋକାନ।। ଗତକାଲି ବିଳମ୍ବିତ ରାତି ଘଟଣା।। ଫାୟାର ଟିମ୍ ପହଞ୍ଚି ନିଆଁ ଲିଭାଇଲେ।
ରାଉରକେଲା: ୨୧/୯
(ସତ୍ୟାନ୍ୟୁଜ) ପାନପୋଷ ମାର୍କେଟ ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪/୫ ଟି ଦୋକାନ ପୋଡ଼ି ଯାଇଛି। ଠିକ୍ ସମୟରେ ଫାୟାର ବ୍ରିଗେଡ୍ ପହଞ୍ଚି ନିଆଁ କୁ ନିୟନ୍ତ୍ରଣ କରିବାରୁ ଏହା ବ୍ୟାପି ପାରି ନଥିଲା।
ସୂଚନା ଅନୁସାରେ ପାନପୋଷ ମାର୍କେଟ ରେ କିଛି ଲୋକ ପରିବା , ଆଳୁ ଦୋକାନ କରିଥିଲେ। ରବିବାର ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗି ଯିବାରୁ ୪ ଟି ଦୋକାନ ପୋଡ଼ି ଯାଇଥିଲା। ଫଳରେ ଦୋକାନରେ ଥିବା ସବୁ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଛି। ଜଳି ଯାଇଥିବା ଦୋକାନ ଗୁଡ଼ିକ ଶଙ୍କର ସାହୁ , ବିପିନ ସାହୁ , ଉପେନ୍ଦ୍ର ସାହୁ , ଏମ୍ ଭୂମିଜ ଙ୍କ ବୋଲି ଜଣା ପଡିଛି। ଅଗ୍ନିକାଣ୍ଡରେ ସମସ୍ତ ସାମଗ୍ରୀ ଭସ୍ମୀଭୂତ ହୋଇ ଯାଇଥିବାରୁ ଦୋକାନୀ ମାନେ ମୁଣ୍ଡରେ ହାତ ଦେଇ ବସି ଛନ୍ତି।