ସୁନ୍ଦରଗଡ଼ : ବୋଲେରୋ ଧକ୍କାରେ ବାପା , ପୁଅ , ନାତି ମୃତ।। ବାଇକ୍ ରେ ଯାଉଥିବା ବେଳେ ପିଟି ଦେଇଥିଲା ବୋଲେରୋ।

0 66

ସୁନ୍ଦରଗଡ଼ : ୧୯/୯
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ସବଡେଗା ପେଟ୍ରୋଲ ପମ୍ପ ସାମ୍ନାରେ ସଡ଼କ ଦୁର୍ଘଟଣାରେ ବାପ, ପୁଅ ଏବଂ ସମ୍ପର୍କୀୟ ନାତିଙ୍କ ମୃତ୍ୟୁ ହୋଇ ଯାଇଛି। ତିନି ଜଣ ବାଇକ୍ ରେ ପେଟ୍ରୋଲ ପମ୍ପ ରୁ ବାହାରୁଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ବୋଲେରୋ ବାଇକ୍ କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ପରେ ବୋଲେରୋ ବାଇକ୍ ସହ ଏକ ନାଳରେ ଖସି ପଡ଼ିଥିଲା। ବାଇକ୍ ରେ ଥିବା ତିନିଜଣ ଗୁରୁତର ଥିବାବେଳେ ସେମାନଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କ ଗତକାଲି ମୃତ୍ୟୁ ହୋଇ ଯାଇଛି। ମୃତକ ମାନେ ହେଲେ କିଂଜିରିକେଲା ଥାନା ଅଞ୍ଚଳର ୬୦ ବର୍ଷୀୟ ଲିଙ୍ଗେଶ୍ୱର୍ ଲାରଙ୍ଗ , ତାଙ୍କ ପୁଅ ୨୮ ବର୍ଷୀୟ ସମୀର ଲାରଙ୍ଗ ଏବଂ ସମ୍ପର୍କୀୟ ନାତି। ପୋଲିସ୍ ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ଜବତ୍ କରି ତଦନ୍ତ କରୁଛି।

ତେବେ ଦ୍ରୁତ ଏବଂ ଦାୟିତ୍ୱହୀନ ଗାଡ଼ି ଚାଳନା ଯୋଗୁଁ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ଯେତେ ସଚେତନ କଲେ ମଧ୍ୟ ଅବସ୍ଥା ସୁଧୁରୁ ନାହିଁ। ପୋଲିସ୍ ପେଟ୍ରୋଲିଂ କଡାକଡି କରି ନିୟମିତ ଯାଞ୍ଚ କରିବାକୁ ଦାବି ହେଉଛି।

Leave A Reply

Your email address will not be published.