ରାଉରକେଲା: ରେଲୱେ ଷ୍ଟେସନ୍ ସମ୍ମୁଖ ରାସ୍ତାରୁ ଆରପିଏଫ୍ ଙ୍କ ବାଇକ୍ ହଟାଇବାକୁ ନେଇ ଅସନ୍ତୋଷ।। ମନମାନି ବିରୁଦ୍ଧରେ ଏକଜୁଟ ହେଲେ ଲୋକେ।

0 51

ରାଉରକେଲା : ୧୮/୯
(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନ୍ ରୁ ବିବାଦ ପିଛା ଛାଡୁ ନାହିଁ। ଗତକାଲି ଗୁରୁବାର ରାତିରେ ଷ୍ଟେସନ୍ ପରିସର ବାହାରେ ଥିବା ଛକ ନିକଟ ରୁ ଆରପିଏଫ୍ ବାଇକ୍ ହଟାଇବାରୁ ଉତ୍ତେଜନା ଦେଖା ଦେଇଥିଲା। ଲୋକ ମାନେ ଆରପିଏଫ୍ ର ଏହି ମନମାନି କୁ ବିରୋଧ କରିଥିଲେ। ପୂର୍ବରୁ ଷ୍ଟେସନ୍ ପରିସରରୁ ବାଇକ୍ ହଟାଉଥିଲେ ଆର ପି ଏଫ୍। ଏବେ ଷ୍ଟେସନ୍ ବାହାରେ ବାଇକ୍ ହଟାଇବାରୁ ଲୋକେ ବିରୋଧ କରିଥିଲେ। ପରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି କୁ ନିୟନ୍ତ୍ରଣ ରେ ନେଇଥିଲେ। ରାଉରକେଲା ରେଲୱେ ଷ୍ଟେସନ୍ ରେ ଏବେ ପାର୍କିଂ , ପ୍ରବେଶ ପଥ ଇଶୁ ଠାରୁ ଆରମ୍ଭ କରି ଅଟୋ ରିକ୍ସା ହଟାଇବାକୁ ଉଦ୍ୟମ କରା ଯାଉଥିବାରୁ ରେଲୱେ କର୍ତ୍ତୃପକ୍ଷ ବିବାଦରେ ଅଛନ୍ତି। ଲୋକ ପ୍ରତିନିଧି ମାନଙ୍କ ଷ୍ଟେସନ୍ ସମସ୍ୟା ପ୍ରତି ଉଦାସୀନତା ଯୋଗୁଁ ଏହାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ତୋଗଲକି ଶାସନ ଭଳି ନିୟମ ବାରମ୍ବାର ପରିବର୍ତ୍ତନ ହେଉଥିବା ଯାତ୍ରୀ ମାନେ ହଇରାଣ ହେଉଛନ୍ତି। ଅସନ୍ତୋଷ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ସ୍ଥାନୀୟ ପ୍ରଶାସନ , ରେଳବାଇ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରି ସ୍ଥିତି କୁ ସାମାନ୍ୟ କରିବାକୁ ନିବେଦନ କରା ଯାଇଛି।

Leave A Reply

Your email address will not be published.