ସୁନ୍ଦରଗଡ଼ : ଏମ୍ଏମଡିଆର୍ କୁ ବିରୋଧ କରି ଇଣ୍ଡିଆ ବ୍ଲକ୍ ର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ।। ବିଧାନସଭା ଘେରାଉ ସହ ଖଣି ବନ୍ଦ ଆନ୍ଦୋଳନ ଧମକ।
ଏମଏମଡିଆର କୁ ବିରୋଧ କରି
ରାଜରାସ୍ତା ରେ ଗର୍ଜିଲା ଇଣ୍ଡିଆ ବ୍ଲକ ।
୨୯ ରେ ବିଧାନସଭା ଘେରାଓ। ଆଗକୁ ଖଣି ବନ୍ଦ ଆନ୍ଦୋଳନ ।
ସୁନ୍ଦରଗଡ଼ : ୧୮/୯
(ସତ୍ୟାନ୍ୟୁଜ) ସଂଶୋଧିତ ଏମଏମଡିଆର ଆଇନ ୨୦୨୬ କୁ ବିରୋଧ କରି ଆଜି ଇଣ୍ଡିଆ ବ୍ଲକର ସହଯୋଗୀ ଦଳ ଗୁଡ଼ିକ ପକ୍ଷରୁ ସୁନ୍ଦରଗଡ଼ ଠାରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ ଲୋକ ରାଜରାସ୍ତା ଓହ୍ଲାଇ ଏହି ବିଲ୍ କୁ ବିରୋଧ କରିବା ସହ ପ୍ରତ୍ୟାହାର ଦାବି କରିଛନ୍ତି ।
ଅଟଳ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଏହି କଳା ଆଇନ କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ୍ ଆସନ୍ତା ୨୯ରେ ବିଧାନସଭା ଘେରାଓ କରାଯିବା ସହିତ ଆଗାମୀ ଦିନରେ ରାଜ୍ୟର ସମସ୍ତ ଖଣି ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ ବିକ୍ଷୋଭକାରୀ । ଏହି ପ୍ରସଙ୍ଗ କୁ ନେଇ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକିବାକୁ ଏବଂ ଓଡିଶା ବିଧାନସଭା ର ସ୍ବତନ୍ତ୍ର ଅଧିବେଶନ କରିବାକୁ ଦାବି କରା ଯାଇଛି। ଏହା ସହ କେନ୍ଦ୍ରସରକାର ତୁରନ୍ତ ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରନ୍ତୁ । ନଚେତ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆ ଯାଇଛି । ଏହି ବିଶାଳ ବିକ୍ଷୋଭ ପ୍ରଦର୍ଶନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ସହ ପ୍ରଭାରୀ ଲାଲଜୀ ଭାଇ ଦେଶାଇ, ସନ୍ତୋଷ ସିଂ ସାଲୁଜା, ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି ଏସ ରାଜନ ଏକ୍କା ଙ୍କ ସହ ଏଣ୍ଡିଆ ବ୍ଲକର ବହୁ ନେତା ଯୋଗ ଦେଇଥିଲେ । ଏହି ଆଇନ କୁ ପ୍ରତ୍ୟାହାର ନକଲେ ରାଜ ରାସ୍ତାରେ ଲଢେ଼ଇ ହେବା ସହ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରବିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଡ଼ା ସି ଏସ ରାଜନ ଏକ୍କା । ରାଜ୍ୟର ଖଣିଜ ସମ୍ପଦ ଉପରେ ଆର୍ଥିକ ଓ ନୀତିଗତ ଅଧିକାର କେନ୍ଦ୍ର ସରକାର ଛଡେଇ ନେଇଥିବା ଅଭିଯୋଗ କରିଥିଲେ । ନୂଆ ବ୍ୟବସ୍ଥା ଖଣିଜ ଅଧିକାର ଓ ଖଣିଜଯୁକ୍ତ ଜମି ଉପରେ ରାଜ୍ୟ ସରକାରଙ୍କ କର ଆଦାୟ କ୍ଷମତାକୁ ସୀମିତ କରିପାରେ। ଏହା ଫଳରେ ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟ ସିଧାସଳଖ ୧ ଲକ୍ଷ ୨୦ ହଜାର ରାଜସ୍ୱ ହରାଇବ ଓ ଆର୍ଥିକ ସ୍ୱାୟତ୍ତତା ପ୍ରଭାବିତ ହେବ ବୋଲି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ଅଭିଯୋଗ କରିଛି ।