ବିରମିତ୍ରପୁର: ୧୬/୯
(ସତ୍ୟାନ୍ୟୁଜ) ବିରମିତ୍ରପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇ ଥିଲା। ପୋଲିସ୍ ତଦନ୍ତ କରି ଦୁଷ୍କର୍ମ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ କରମା ପୂଜା ଦେଖି ଫେରିବା ବେଳେ ଏହି ନାବାଳିକା ଦ୍ବୟ ଙ୍କୁ କିଛି ଯୁବକ ନିକଟସ୍ଥ ଜଙ୍ଗଲ କୁ ନେଇ ଗଣ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ୫ ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରା ଯାଇଥିଲା। ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଛି।