ବିରମିତ୍ରପୁର: ରାଏବଗା ରୋଡ ରେ ଘର ଚୋରି ମାମଲାର ପର୍ଦ୍ଦାଫାସ।। ୪ ଗିରଫ।। ଚୋରି ଅଳଙ୍କାର ଜବତ୍।

0 76

ବିରମିତ୍ରପୁରରେ ଘରେ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଗିରଫ

ବିରମିତ୍ରପୁର: ୧୨/୯
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରରେ ଘରେ କବାଟ ଭାଙ୍ଗି ଚୋରି ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ରାଇବୋଗା ରୋଡ୍‌ରେ ଘଟିଥିବା ଏହି ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା ଓ ରୁପା ଅଳଙ୍କାର, ଗୋଟିଏ ଡେଲ୍ ଲାପଟପ୍ ଏବଂ କିଛି ଚୋରି ଟଙ୍କା ଜବତ ହୋଇଛି ।

ଗତ ସେପ୍ଟେମ୍ବର ୯ ତାରିଖରେ ରାଇବୋଗା ରୋଡ୍‌ରେ ଘରେ ଚୋରି ହୋଇଥିବା ନେଇ ବିରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗକାରୀ ଓ ତାଙ୍କ ପରିବାର ସେପ୍ଟେମ୍ବର ୫ ତାରିଖରେ ଘରେ ତାଲା ପକାଇ କୋଲକାତା ଯାଇଥିଲେ । ସେପ୍ଟେମ୍ବର ୯ ତାରିଖରେ ଘରକୁ ଫେରିବା ପରେ ଘରର ଆଲମିରା ଓ ଭେଣ୍ଟିଲେଟର ଭଙ୍ଗା ଥିବା ଦେଖିଥିଲେ ।
ଘର ଯାଞ୍ଚ କରିବା ପରେ ସୁନା ଓ ରୁପା ଅଳଙ୍କାର, ଗୋଟିଏ ଲାପଟପ୍ ଏବଂ ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା ।
ଏନେଇ ବିରମିତ୍ରପୁର ଥାନାରେ କେସ୍ ନମ୍ବର ୪୦୭, ତାରିଖ ୯ ସେପ୍ଟେମ୍ବର ୨୦୨୬ରେ ଭାରତୀୟ ନ୍ୟାୟ ସଂହିତା ବା BNSର ଧାରା ୩୩୧(୪) ଓ ୩୦୫ ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।
ମାମଲାର ତଦନ୍ତ ସମୟରେ ପୋଲିସ ଚୋରି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିଲା ।

Leave A Reply

Your email address will not be published.