ସୁନ୍ଦରଗଡ଼ : ହସ୍ପିଟାଲ୍ ରୁ ବିଚାରଧୀନ କଏଦୀ ଫେରାର।। ହତ୍ୟା ଅଭିଯୋଗରେ ଗତବର୍ଷ ଠାରୁ ଜେଲ୍ ରେ ଥିଲେ।

0 74

ସୁନ୍ଦରଗଡ଼:୨୬/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇ ଯାଇଛି। ଉକ୍ତ ଫେରାର କଏଦୀ ହତ୍ୟା ମାମଲାରେ ଗିରଫ ହୋଇ ଗତବର୍ଷ ଅପ୍ରେଲ ମାସରୁ ଜେଲ୍ ରେ ଥିଲା। ଗତକାଲି ଶରୀର ଅସୁସ୍ଥ ହେବାରୁ ଉକ୍ତ କଏଦୀ ଟେକ୍ ଚାନ୍ଦ ବେହେରା ଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା। ୩ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ତାଙ୍କୁ ଜଗି ଥିଲେ। ହେଲେ ସେ ଶୌଚ କରିବା ବାହାନା ରେ ହସ୍ପିଟାଲ୍ ରୁ ଫେରାର ହୋଇ ଯାଇଥିଲେ।
କଏଦୀ ଜଣକ ସଦର ଥାନା ରୁପାବାହାଲ ଗାଁ ର ଏବଂ ହତ୍ୟା ଅଭିଯୋଗ ରେ ଜେଲ୍ ରେ ଥିଲେ । ସୂଚନା ପାଇବା ପରେ ଟାଉନ୍ ଥାନା ପୁଲିସ ଏକ ମାମଲା ରଜ୍ଜୁ କରି ଟେକ୍ ଚାନ୍ଦ ଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Leave A Reply

Your email address will not be published.