ରାଉରକେଲା : ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ ଙ୍କ ନାମରେ ଜାମିନ ବିହୀନ ପରୱାନା।। ହାଇକୋର୍ଟ ରେ ପ୍ରକାଶଙ୍କ ପକ୍ଷରୁ ଆଗୁଆ ଜାମିନ ଆବେଦନ

0 306

ରାଉରକେଲା: ୨୫/୮
(ସତ୍ୟାନ୍ୟୁଜ) ପ୍ରକାଶ ପାସୱାନ ଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କଲେ ମାନ୍ୟବର ଏସ ଡି ଜେ ଏମ୍ କୋର୍ଟ। ପ୍ରକାଶ ଙ୍କ ନାମରେ ଜାମିନ ବିହୀନ ପରୱାନା ପାଇଁ ଗତକାଲି ରାଉରକେଲା ପୋଲିସ୍ କୋର୍ଟ ରେ ପ୍ରାର୍ଥନା କରିଥିଲେ । ଅନ୍ୟପକ୍ଷରେ ହାଇକୋର୍ଟ ରେ ପ୍ରକାଶଙ୍କ ପକ୍ଷରୁ ଆଜି ଆଗୁଆ ଜାମିନ ଆବେଦନ କରା ଯାଇଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାସୱାନ ସର୍କିଟ ହାଉସ୍ ରେ ଅପରାଧୀ ଧରା ପଡ଼ିବା ଏବଂ ବନ୍ଧୁକ , ଗୁଳି ଜବତ ହେବା ଘଟଣାରେ ଛନ୍ଦି ହୋଇ ପଡ଼ିଥିଲେ। ପୋଲିସ୍ ତାଙ୍କୁ ତଦନ୍ତ ପାଇଁ ସହଯୋଗ କରିବାକୁ ଥାନାରେ ହାଜର ହେବାକୁ ନୋଟିସ କରିଥିଲେ। ମାତ୍ର ସେ ହାଜର ନହେବାରୁ ଗତକାଲି NBW ପାଇଁ ପ୍ରାର୍ଥନା କରିଥିଲେ। ସର୍କିଟ ହାଉସ୍ ରେ ୧୦୭ ନମ୍ୱର୍ ରୁମ୍ ରେ ଅପରାଧୀ ମାନେ ବନ୍ଧୁକ ଗୁଳି ସହ ରହି କୌଣସି କ୍ରାଇମ୍ କରିବାକୁ ଷଡଯନ୍ତ୍ର କରୁଥିବା ବେଳେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୪ ଟି ପିସ୍ତଲ୍ ୧୧ ଟି ଗୁଳି ଜବତ୍ କରିଥିଲେ। ପ୍ରକାଶ ଙ୍କ ଉକ୍ତ ଅଭିଯୁକ୍ତଙ୍କ ସହ ସମ୍ପର୍କ ଥିବା ପୋଲିସ୍ ଜାଣିବାକୁ ପାଇବା ପରେ ତାଙ୍କୁ ତଦନ୍ତ ପାଇଁ ଖୋଜୁ ଥିଲେ। ସର୍କିଟ ହାଉସ୍ ରେ ପ୍ରକାଶ ଙ୍କ ନାମରେ ଜୁଲାଇ ୨୧ ରୁ ଦୁଇଟି ରୁମ୍ ବୁକ୍ ହୋଇ ଥିବା ବେଳେ ଅଭିଯୁକ୍ତ ମାନେ ୧୦୭ ଏବଂ ୧୧୧ ନମ୍ୱର୍ ରୁମ୍ ରେ ରହି ଥିଲେ।

Leave A Reply

Your email address will not be published.