ରାଉରକେଲା : କଲୁଙ୍ଗା ରେ ରଙ୍ଗ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ।। ୫ ଫାୟାର ଟିମ୍ ନିଆଁ ଲିଭାଇବା ଲାଗି ନିୟୋଜିତ।।
ରାଉରକେଲା: ୨୫/୮
(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳରେ ଏକ ପେଣ୍ଟ୍ ତିଆରି କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟ କ୍ଷତି ହୋଇଛି। ନିଆଁ ଲିଭାଇବା ରେ ୫ ଟି ଦମକଳ ନିୟୋଜିତ କରା ଯାଇଛି। ନିଆଁ ଲାଗିବାର କାରଣ ଜଣା ପଡି ନଥିବା ବେଳେ ରଙ୍ଗ ତିଆରି କାରଖାନାରେ ଜ୍ଵଳନଶୀଳ ସାମଗ୍ରୀ ରହୁ ଥିବାରୁ ନିଆଁ ବ୍ୟାପି ଯାଉଛି। ଅନ୍ୟ ଆଡ଼କୁ ଯେପରି ନିଆଁ ନବ୍ୟାପେ ସେଥିଲାଗି ଉଦ୍ୟମ କରାଯାଉଛି। ନିଆଁ ଲାଗି ଥିବା କାରଖାନା କାବେରୀ ପେଣ୍ଟ୍ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ୍ ଏବଂ ଫାୟାର ଟିମ୍ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି।