ବଣାଇ : ଗୋଟିଏ ରାତିରେ ସାପ କାମୁଡ଼ାରେ ବଣାଇ ଉପଖଣ୍ଡରେ ରେ ୪ ମୃତ।। ଚାନ୍ଦିପୋଷ ଥାନା ଅଞ୍ଚଳରେ ଭାଇ , ଭଉଣୀ ଏବଂ ଟିକାୟତପାଲି ଅଞ୍ଚଳରେ ଅଜା,ନାତି ମୃତ।
ବଣାଇ:୨୫/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ଗୋଟିଏ ରାତିରେ ସର୍ପାଘାତ ରେ ୪ ଜଣ ମୃତ୍ୟୁ ବରଣ କରିଛନ୍ତି। ଚାନ୍ଦିପୋଷ ଥାନା ଅଞ୍ଚଳରେ ସାପ କାମୁଡ଼ି ଦେବାରୁ ଭାଇ , ଭଉଣୀ ମୃତ୍ୟୁ ବରଣ କରିଥି ବା ବେଳେ ଟିକାୟତପାଲି ଥାନା ଅଞ୍ଚଳରେ ଅଜା , ନାତି ମୃତ୍ୟୁ ବରଣ କରିଛନ୍ତି। ଏପରି ଅଭାବନୀୟ ଘଟଣାରେ ପରିବାର ବର୍ଗ ମର୍ମାହତ ଅବସ୍ଥାରେ ଅଛନ୍ତି।
ଗୁରୁଣ୍ଡିଆ ବ୍ଲଜ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗିରିଜାଟୋଲି ଗାଁ ରେ ମୃତ୍ୟୁ ବରଣ କରିଥିବା ଭାଇ ର ବୟସ ୧୦ ହୋଇ ଥିବା ବେଳେ ଭଉଣୀ ବୟସ ୮ ବର୍ଷ ବୋଲି ଜଣା ପଡିଛି l
ମୃତକ ହେଲେ ୧୦ ବର୍ଷୀୟ ସମୀର ହରୋ ଏବଂ୭ ବର୍ଷୀୟ ଭଉଣୀ ସାଇରେନ ହାରୋ । ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ସମୀର, ସାଇରେନ ବାପା ଓ ମା ଙ୍କ ସହ ଖାଇସାରିବା ପରେ ଖଟ ଉପରେ ସୋଇଥିଲେ l ଭୋର ପ୍ରାୟ ତିନିଟାରେ ସମୀର ପେଟ କାଟିବାରୁ ବାପାଙ୍କୁ ଡାକି ଥିଲା l କିଛି ସମୟ ପରେ ସାଇରେନ ମଧ୍ୟ୍ ସମାନ କଥା କହିଥିଲା l ଦୁହିଁକୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣି ଥିଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଦୁହିଁକୁ ମୃତ ଘୋଷଣା କରିଥିଲେ ।
ଅନ୍ୟ ଏକ ଘଟଣାରେ ଟିକାୟତ ପାଲି ଥାନା ଅଞ୍ଚଳରେ ଅଜା , ନାତି ଶୋଇଥିବା ବେଳେ ସାପ କାମୁଡ଼ି ଦେବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।