ରାଉରକେଲା : ଜିଲ୍ଲାରୁ ବାହାର ରାଜ୍ୟ କୁ ଚାଲାଣ ହୋଇ ନିର୍ଯାତିତ ହେଉଥିବା ଶିଶୁ , ମହିଳା ମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ।। ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଧ୍ୟକ୍ଷତାରେ ବୈଠକ ।

0 67

ରାଉରକେଲା:୨୫/୮
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିବର୍ଷ ମହିଳା ଏବଂ ଶିଶୁ ନିଖୋଜ ହୋଇ ଥାନ୍ତି। ସେମାନେ ବାହାର ରାଜ୍ୟକୁ ଚାଲି ଯାଇ ଥାଆନ୍ତି କିମ୍ବା ତାଙ୍କୁ ବହଲାଇ , ଫୁସୁଲାଇ ଚାଲାଣ ମଧ୍ୟ କରା ଯାଇଥାଏ। ସେଠାରେ ସେମାନଙ୍କୁ ଧାମକାଇ କାର୍ଯ୍ୟରେ ନିୟୋଜିତ କରା ଯାଇଥାଏ। ନିର୍ଯାତନା ଦିଆ ଯାଉଥିବାର ଅଭିଯୋଗ ମଧ୍ୟ ଆସି ଥାଏ ନିଖୋଜ ମହିଳା ଶିଶୁ ରାଜ୍ୟ ବାହାରେ ଥିବା ରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପଶ୍ଚିମାଞ୍ଚଳ ଡି ଆଇ ଜି ଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହୋଇ ଥିଲା। ବିଶେଷ କରି ହରିୟାଣା ଏବଂ ଉତ୍ତର ପ୍ରଦେଶ ରେ କେତେକ ସ୍ଥାନରେ ନିଖୋଜ ଓଡ଼ିଆ ପିଲାମାନେ ବଡ ଦୟନୀୟ ଅବସ୍ଥାରେ ଥିବା ସୂଚନା ମିଳିଛି। ସେମାନଙ୍କ ଉଦ୍ଧାର ପାଇଁ ଅତିରିକ୍ତ ଏସପି ସାନ୍ତା ନୂତନ ସମଦ୍ ଙ୍କ ନେତୃତ୍ୱରେ ଟିମ୍ ଗଠନ କରା ଯାଇଛି। ଏହି ଟିମ୍ ରେ ଶ୍ରମ ବିଭାଗ ଅଧିକାରୀ ମଧ୍ୟ ରହିଛନ୍ତି। ୧୦ ଦିନ ଧରି ଏହି ଅଧିକାରୀ ମାନେ ରାଜ୍ୟବାହାରେ ଦୟନୀୟ ଅବସ୍ଥାରେ କାମ କରିଥିବା ଶିଶୁ , ମହିଳା ମାନଙ୍କୁ ଉଦ୍ଧାର କରି ଆଣିବାକୁ ଉଦ୍ୟମ କରିବେ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ କହିଛନ୍ତି

Leave A Reply

Your email address will not be published.