ରାଉରକେଲା : ଚର୍ଚ୍ଚାରେ ରାଉରକେଲା ସର୍କିଟ ହାଉସ୍।। ଏହି ସରକାରୀ ଗେଷ୍ଟ ହାଉସ ରୁ ବନ୍ଧୁକ , ଗୁଳି ଜବତ ପରେ ଚର୍ଚ୍ଚାରେ ରହି ଆସିଛି।
ରାଉରକେଲା : ୨୪/୮
(ସତ୍ୟାନ୍ୟୁଜ) ରାଉରକେଲାର ପାନପୋଷ ସର୍କିଟ ହାଉସ୍। ଏବେ ଏହି ସରକାରୀ ଗେଷ୍ଟ ହାଉସ୍ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଅଗଷ୍ଟ ୧୪ ତାରିଖ ରାତିରେ ସର୍କିଟ ହାଉସ୍ ର ନୂତନ ବିଲ୍ଡିଙ୍ଗ ରେ ଥିବା ୧୦୭ ଏବଂ ୧୧୧ ନମ୍ୱର୍ ରୁମ୍ ରୁ ପିସ୍ତଲ୍ , ଗୁଳି ମିଳିବା ଏବଂ ୨ ଜଣ ଅପରାଧୀ ପ୍ରବୃତ୍ତି ର ଯୁବକ ଗିରଫ ହେବା ପରେ ଏହି ସ୍ଥାନ ବିବାଦ ଘେରକୁ ଆସିଛି। ପରେ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଲିଙ୍କ୍ ରେ ଆଉ ୭ ଜଣ ଗିରଫ ହୋଇ ଜେଲ୍ ରେ ଅଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଏହି ଯୁବକ ମାନେ ଅସ୍ତ୍ରଶସ୍ତ୍ର ସହ ସର୍କିଟ ହାଉସ୍ ରେ କିପରି ରହି ଥିଲେ। ଏହି ପ୍ରକରଣରେ ସୁନ୍ଦରଗଡ଼ ସାଂସଦ ଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାସୱାନ ଙ୍କ ନାମ ଆସିବା ପରେ ସହରରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି। ପ୍ରକାଶ ଙ୍କ ନାମରେ ପୁରୁଣା ସର୍କିଟ ହାଉସ୍ ରେ ୧ ଏବଂ ୨ ନମ୍ୱର୍ ସୁଟ୍ ଜୁଲାଇ ୨୧ ରୁ ବୁକ୍ ହୋଇଥିଲା। ଧରା ପଡ଼ିଥିବା ଯୁବକ ମାନେ ଏହି ରୁମ୍ ରେ ରହୁଥିଲେ। କିନ୍ତୁ ପରେ ସେମାନେ ଆସି ନୂତନ ବିଲ୍ଡିଙ୍ଗ ର ୧୦୭ ଏବଂ ୧୧୧ ରୁମ୍ ରେ ରହିଲେ । ଏହି ବିଲ୍ଡିଙ୍ଗ ରେ ଏପର୍ଯ୍ୟନ୍ତ ବୁକିଙ୍ଗ ସିଷ୍ଟମ୍ ଆରମ୍ଭ ହୋଇ ନଥିବା ବେଳେ ସେମାନେ କିପରି ରହୁଥିଲେ ତାହା ଏବେ ତଦନ୍ତ ପରିସରଭୁକ୍ତ ହୋଇଛି ।