ରାଉରକେଲା : ୩୦ ଲକ୍ଷ ଟଙ୍କା ମୂଲ୍ୟର ନାମୀଦାମୀ କମ୍ପାନୀର ନକଲି ଘଣ୍ଟା ଜବତ୍।। ୪ ଗିରଫ।। ପ୍ଲାଣ୍ଟ ସାଇଟ୍ ପୋଲିସ୍ ର ଚଢାଉ ଜାରି।

0 113

ରାଉରକେଲା : ୨୩/୮
(ସତ୍ୟାନ୍ୟୁଜ) ନାମୀଦାମୀ କମ୍ପାନୀର ନକଲି ଘଣ୍ଟା ଏବଂ ଯନ୍ତ୍ରାଂଶ ବ୍ୟବସାୟ ରାକେଟ୍ ର ପର୍ଦ୍ଦାଫାସ କରିବାରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସ୍ ସହରର ବିଭିନ୍ନ ସ୍ଥାନରେ ଥିବା ଘଣ୍ଟା ଦୋକାନରେ ଚଢ଼ାଉ କରି ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ହଜାରେ ପାଖାପାଖି ଘଣ୍ଟା ସହ ଯନ୍ତ୍ରାଂଶ ଜବତ କରିଛି। ଏ ବାବଦରେ ୪ ଜଣଙ୍କୁ ଗିରଫ କରି ପୋଲିସ୍ ତଦନ୍ତ ଜାରି ରଖିଛି। ଏହି ବ୍ୟବସାୟୀ ମାନେ ଟାଇମେକ୍ସ, ସୋନାଟା , ଫାଷ୍ଟ ଟ୍ରାକ୍ ଆଦି ଘଣ୍ଟାର ବ୍ରାଣ୍ଡ ଲଗାଇ ଘଣ୍ଟା ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଘଣ୍ଟା କମ୍ପାନୀ ରୁ ଅଭିଯୋଗ ପାଇଲା ପରେ ପୋଲିସ୍ ସହରର ଏହି ଘଣ୍ଟା ଦୋକାନ ମାନଙ୍କ ଉପରେ ଚଢ଼ାଉ କରିଥିଲା। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.