ରାଉରକେଲା : ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ଘଟଣାରେ ଗିରଫ ସଂଖ୍ୟା ୯ କୁ ବୃଦ୍ଧି।। ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ ଙ୍କୁ ଖୋଜୁଛି ପୋଲିସ୍।

0 126

ରାଉରକେଲା : ୨୩/୮
(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ପରେ ଅପରାଧୀ ଙ୍କ ଗିରଫ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପୋଲିସ୍ ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରି ଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ମାନେ ସୂରଜ ଗୁପ୍ତା ଏବଂ ଆଦର୍ଶ ସାହୁ ବୋଲି ଜଣା ପଡିଛି। ଅନ୍ୟପକ୍ଷରେ ସର୍କିଟ ହାଉସ୍ କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ପରିଣତ କରି ଅପରାଧୀ ମାନଙ୍କୁ ରଖିବାରେ ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ ଙ୍କ ସମ୍ପୃକ୍ତି ଥିବା ପୋଲିସ୍ ଜାଣିବାକୁ ପାଇଛି। ଏହା ଛଡା ପାସୱାନ ବ୍ୟବହାର କରୁଥିବା ଗାଡ଼ି ର ମାଲିକ ମହମ୍ମଦ ମୋହିମ୍ ଏବଂ ଗୋପବନ୍ଧୁପାଲି ର ଆଉଜଣଙ୍କୁ ପୋଲିସ୍ ଉଠାଇ ଆଣି ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ମାନେ ବାଲି ମାଫିଆ ମନକୁ ପ୍ରୋଟେକସନ୍ ଦେବା ଲାଗି ଟଙ୍କା ଆଦାୟ , ବିଭିନ୍ନ ସ୍ଥାନରେ ଦାଦାବଟି ଆଦାୟ ସହ ଗୋ ଚାଲାଣ ରେ ଲିପ୍ତ ଥିବା ଜଣା ପଡିଛି।
ପ୍ରକାଶ ପାସୱାନ ଙ୍କୁ ପୋଲିସ୍ ଖୋଜୁ ଥିବା ବେଳେ ସେ ମିଳୁ ନଥିବା କୁହା ଯାଉଛି। ତାଙ୍କୁ ଧରିବାକୁ ପୋଲିସ ରାଜ୍ୟ ର ବିଭିନ୍ନ ସ୍ଥାନରେ ତଥା ରାଜ୍ୟ ବାହାରେ ଡେରା ପକାଇଛି। ଗତ ୧୪ ଅଗଷ୍ଟ ରାତିରେ ପୋଲିସ୍ ରେଡ୍ ବେଳେ ପ୍ରକାଶ ସର୍କିଟ ହାଉସ୍ ରେ ଥିବା ଜଣା ପଡିଛି।

Leave A Reply

Your email address will not be published.