ରାଉରକେଲା : ପ୍ରତିଦିନ ରାଉରକେଲାରେ ଘଟୁଛି ସଡ଼କ ଦୁର୍ଘଟଣା।। ଆଜି ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣାରେ ଦୁଇଟି କାର କ୍ଷତିଗ୍ରସ୍ତ।
ରାଉରକେଲା: ୨୩/୮
(ସତ୍ୟାନ୍ୟୁଜ) ରାଉରକେଲାରେ ସଡ଼କ ଦୁର୍ଘଟଣା ପ୍ରତିଦିନ ରୁଟିନ୍ ରେ ପରିଣତ ହୋଇଛି।
ଅଧିଙ୍କାଶ ଦୁର୍ଘଟଣା ଦାୟିତ୍ୱହୀନତା ଏବଂ ଦୃତ ଗତିରେ ଗାଡି ଚାଳନା ଯୋଗୁ ଘଟୁଛି। ଗତକାଲି ହନୁମାନ ବାଟିକା ଛକ ନିକଟରେ ଏକ ଦ୍ରୁତଗାମୀ କାର ଟ୍ରେଲର କୁ ପଛରୁ ପିଟି ଦେଇଥିବା ବେଳେ ଆଜି ମଧ୍ୟ ଦୁଇଟି ଦୁର୍ଘଟଣା ନଜରକୁ ଆସିଛି। ରାଉରକେଲା ସରକାରୀ ହସ୍ପିଟାଲ୍ ନିକଟରେ ଛିଡ଼ା ହୋଇଥିବା ଏକ କାର କୁ ମାଲବାହି ଅଟୋ ପିଟି ଦେବା ଫଳରେ କାର ଟି କ୍ଷତିଗ୍ରସ୍ତ ହୋଇଛି। ଏହାକୁ ନେଇ ବହୁ ସମୟ ଧରି ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ସେହିପରି ସିଭିଲ ଟାଉନଶିପ ଗୁରୁଦ୍ୱାରା ନିକଟ ରୋଡ ରେ ଏକ କାର କୁ
ପିକଅପ୍ ଭ୍ୟାନ୍ ପିଟି ଦେବା ଫଳରେ କାର ର ପଛପଟ କ୍ଷତିଗ୍ରସ୍ତ ହୋଇଛି। ଅବଶ୍ୟ ଉଭୟ ଦୁର୍ଘଟଣାରେ କେହି।ମୃତାହତ ହୋଇ ନଥିବା ସୂଚନା ରହିଛି। ତେବେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା କୁହା ଯାଉଛି। ଏଥି ପ୍ରତି ପରିବହନ ବିଭାଗ ଏବଂ ପୋଲିସ୍ ଦୃଷ୍ଟି ଦେବାକୁ ଦାବି ହେଉଛି ।