ରାଉରକେଲା: ବେଆଇନ୍ ସ୍କ୍ରାପ୍ କାରବାର ଉପରେ ପୋଲିସ୍ ର ଚଢାଉ।। ୧୮ ମାମଲା ଦାୟର।। ୯ ଟନ୍ ସ୍କ୍ରାପ୍ ଜବତ୍।

0 108

ରାଉରକେଲା:୭/୨(ସତ୍ୟାନ୍ୟୁଜ) ଇସ୍ପାତ ସହରର ବିଭିନ୍ନ ସ୍ଥାନରେ ବେଆଇନ୍ ସ୍କ୍ରାପ୍ ଚାଲାଣ ଉପରେ ଲଗାମ୍ ଦେବା ପାଇଁ ଗତକାଲି ଠାରୁ ଆରମ୍ଭ ହୋଇ ଥିବା ଚଢାଉ ଜାରି ରହିଛି। ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ନିର୍ଦ୍ଦେଶ କ୍ରମେ ସହରର ପ୍ରାୟ ୫୦ ଟି ସ୍କ୍ରାପ୍ ଗୋଦାମ ଉପର ଚଢାଉ କରାଯାଇଛି । ଏପର୍ଯ୍ୟନ୍ତ ପ୍ରାୟ
୧୮ ଟି ମାମଲା ରଜ୍ଜୁ ହୋଇ ଥିବା ବେଳେ ୯ ଟନ୍ ପାଖାପାଖି ବେଆଇନ୍ ସ୍କ୍ରାପ୍ ଜବତ୍ କରା ଯାଇଛି। ବ୍ରାହ୍ମଣୀ ତରଙ୍ଗ , ରଘୁନାଥପାଲୀ, ୧୫ ନମ୍ୱର୍ ସେକ୍ଟର , ଝିରିପାଣି, ଉଦିତ ନଗର ଥାନା ଆଦି ଅଞ୍ଚଳରେ ଏହି ଚଢାଉ କରା ଯାଇଛି। ଆଗକୁ ଏହି ଚଢାଉ ଜାରି ରହିବ ଏଵଂ ଆହୁରି ବେଆଇନ୍ ସ୍କ୍ରାପ୍ ଜବତ୍ ହେବ ବୋଲି ଏସପି କହିଛନ୍ତି।

Leave A Reply

Your email address will not be published.