ରାଉରକେଲା : ୫୦ ଲକ୍ଷ ଟଙ୍କାର ଅଫିମ ଚାଷ ନଷ୍ଟ କଲା ପୋଲିସ। ଜିଲ୍ଲାରେ ଚାଲିଛି ବେଧଡକ ଅଫିମ ଚାଷ। ବଣାଇ ପରେ କୋଇଡା ରେ ଅଫିମ ଚାଷ ଠାବ।
ରାଉରକେଲା:୭/୨(ସତ୍ୟାନ୍ୟୁଜ) ରାଉରକେଲା ର କୋଇଡା ଥାନା ପୋଲିସ ଏବଂ ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା। ସରକାରୀ ଜମିରେ ଚାଷ କରା ଯାଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ଅଫିମ ଗଛ କୁ ନଷ୍ଟ କରି ଦିଆଯାଇଛି। ଏହି ବେଆଇନ୍ ଅଫିମ ଚାଷ କୁସୁମଡିହି ଅଞ୍ଚଳରେ କରା ଯାଉଥିଲା। ଅଫିମ ଗଛରେ ଫୁଲ ମଧ୍ୟ ଆସିବା ଆରମ୍ଭ ହୋଇ ଯାଇଥିଲା। ଖବର ପାଇ ଶନିବାର ସକାଳୁ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ ଜଙ୍ଗଲ ରେ ଚଢାଉ କରିଥିଲେ। ଏପର୍ଯ୍ୟନ୍ତ ଓଡ଼ିଶାର ଏହା ସବୁଠାରୁ ବଡ ଅଫିମ ଚାଷ ବୋଲି ଜଣାପଡିଛି। ବଣାଇ ଉପଖଣ୍ଡରେ ମାଦକ ଦ୍ରବ୍ୟ ର ଚାଷ ଅନେକ ଦିନ ଆଗରୁ ହୋଇ ଆସୁଛି। କିଛି ଦିନ ପୂର୍ବରୁ ବଣାଇ ଏରିଆ ରେ ମଧ୍ୟ ବେଆଇନ୍ ଅଫିମ ଚାଷ କୁ ପୋଲିସ୍ ଏବଂ ଅବକାରୀ ବିଭାଗ ନଷ୍ଟ କରି ଦେଇଥିଲେ। ଏବେ କୋଇଡା ରେ ବଡ ଧରଣର ଅଫିମ ଚାଷ ଠାବ ହେବା ନିଶ୍ଚିତ ଭାବେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଚିନ୍ତାର ବିଷୟ। ତେବେ କିଏ ଏହି ଅଫିମ ଚାଷ କରୁଥିଲା ତାର ତଦନ୍ତ ଚାଲିଛି।