ରାଉରକେଲା : ନିଖୋଜ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ।। ପୋଲିସ୍ କିଡନାପ୍ କେଶ୍ ରଜ୍ଜୁ କରି ତଦନ୍ତ କରୁଛି।

0 9

ରାଉରକେଲା:୬/୨(ସତ୍ୟାନ୍ୟୁଜ) ବିଶ୍ରା ଥାନା ଅଞ୍ଚଳରେ ଗତକାଲି ନିଖୋଜ ଥିବା ସ୍କୁଲ ଛାତ୍ରୀ ଙ୍କ ମୃତ୍ୟୁ ଘଟଣା ଏବେ ସନ୍ଦେହ ଘେରରେ। ପୋଲିସ୍ ଏକ କିଡନାପ୍ କେଶ୍ ରଜ୍ଜୁ କରି ମାମଲାର ତଦନ୍ତ କରୁଛି।
ଘରୁ ସାଢ଼େ ୯ ଟା ବେଳେ ଛାତ୍ରୀ ଜଣକ ବାହାରି ଥିଲେ ସ୍କୁଲ।
୧୦ ମ ଶ୍ରେଣୀରେ ପଢ଼ୁ ଥିଲେ। ଛାତ୍ରୀଙ୍କ ବାପା ମଧ୍ୟ ସେହି ସ୍କୁଲ ର ଶିକ୍ଷକ ଅଛନ୍ତି। ମାତ୍ର ଗତକାଲି ସେ ସ୍କୁଲ ଯାଇ ନଥିଲେ। ଝିଅ ବାପାଙ୍କୁ କହି ସାଇକେଲ ରେ ଗଲା ସ୍କୁଲ। କିନ୍ତୁ ସ୍କୁଲ ଯାଇ ନଥିଲେ। ତାଙ୍କୁ ମର୍ମୁଶ ଅବସ୍ଥାରେ ନିକଟସ୍ଥ ଜଙ୍ଗଲ ରୁ ଉଦ୍ଧାର କରା ଯାଇଥିଲା। ପାଖରେ ପଡ଼ିଥିଲା ସ୍କୁଲ ବ୍ୟାଗ୍ ଏବଂ ଜୋତା। ଏକ କୀଟନାଶକ ଔଷଧ ବୋତଲ ମଧ୍ୟ ପାଖରେ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣା ପଡ଼ୁଥିବା ପୋଲିସ୍ କହିଥିବା ବେଳେ ପୋଷ୍ଟମର୍ଟମ୍ ପରେ ସଠିକ୍ କାରଣ ଜଣା ପଡିବ। ତେବେ ଚିକିତ୍ସା କୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ରାଉରକେଲାର ୫ ଟି ହସ୍ପିଟାଲ୍ କୁ ନେଇ ଥିଲେ ମଧ୍ୟ ଛାତ୍ରୀ ଜଣଙ୍କୁ କେହି ଆଡମିଟ୍ କରି ନଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.