ରାଉରକେଲା : ଜନଗହଳି ପୂର୍ଣ୍ଣ ଷ୍ଟେସନ୍ ଅଞ୍ଚଳରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା।। ହତ୍ୟା ପରେ ୩ ଦୁର୍ବୃତ୍ତ ଫେରାର।। ପୋଲିସ୍ ତଦନ୍ତ ଜାରି।

0 762

ରାଉରକେଲା:୭/୨(ସତ୍ୟାନ୍ୟୁଜ) ଜନଗହଳି ପୂର୍ଣ୍ଣ ରାଉରକେଲା ରେଲୱେ ଷ୍ଟେସନ୍ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି। ତେବେ ହତ୍ୟାକାଣ୍ଡରେ ଲିପ୍ତ ତିନି ଜଣ ଯୁବକଙ୍କୁ ଚିହ୍ନଟ କରା ଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।
ଗତକାଲି ରାତି ସାଢେ଼ ୯ ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ଷ୍ଟେସନ୍ ପ୍ରବେଶ ପଥ ନିକଟରେ ଚା ଦୋକାନ କରିଥିବା ୨୫ ବର୍ଷୀୟ ଅବିନାଶ ଯାଦବ ଅମର ଭବନ ନିକଟ ପବ୍ଲିକ୍ ଶୌଚାଳୟ କୁ ଆସି ଫେରୁଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଛୁରୀ ରେ ଆକ୍ରମଣ କରିଥିଲେ। ଜଣେ ଯୁବକ ଛୁରୀ ଛାତିରେ ଭୁଷି ଦେଇଥିଲା। ଅପରାଧ ଘଟାଇବା ପରେ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ଅବିନାଶ ଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତା ଜୁନ୍ ମାସରେ ଅବିନାଶ ଙ୍କ ବିବାହ ସ୍ଥିର ହୋଇଥଲା ବୋଲି ଜଣା ପଡିଛି।

Leave A Reply

Your email address will not be published.