ରାଉରକେଲା : ଡାହାଣୀ , ଗୁଣିଆ ଜନିତ ଅପରାଧ ନିରାକରଣ ପାଇଁ ପୋଲିସ୍ ର ସେମିନାର।। ଯୋଗ ଦେଲେ ୩ ଜିଲ୍ଲାର ପୋଲିସ୍ ଅଧିକାରୀ।
ରାଉରକେଲା:୬/୨(ସତ୍ୟାନ୍ୟୁଜ) ଆଜିକାର ସଭ୍ୟ ସମାଜରେ ମଧ୍ୟ ଡାହାଣୀ , ଗୁଣିଆ ଜନିତ ଅନ୍ଧ ବିଶ୍ୱାସ ତିଷ୍ଠି ରହିଛି। ଏଥି ପାଇଁ ବହୁ ଅପରାଧ ମାନ ଘଟି ଯାଉଥିବା ବେଳେ ସାମାଜିକ ବାସନ୍ଦ ଭଳି ଘଟଣା ମଧ୍ୟ ସାମ୍ନା କୁ ଆସୁଛି। ଏପରିକି ବହୁ ସ୍ଥଳେ ଗୁଣିଆ , ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ମଧ୍ୟ ଘଟୁଛି। ପୂର୍ବରୁ ଏହି ପ୍ରକାର ସନ୍ଦେହର ଶିକାର କେବଳ ମହିଳା ମାନେ ହେଉ ଥିଲେ। ମାତ୍ର ଏବେ ପୁରୁଷ ମାନେ ମଧ୍ୟ ଏଥିରୁ ବାଦ୍ ପଡୁ ନାହାନ୍ତି। ୨୦୧୪ ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୪ ଶହ ଡାହାଣୀ , ଗୁଣିଆ ଜନିତ ମାମଲା ରିପୋର୍ଟ ହୋଇଛି। ଏହାଠାରୁ ବହୁ ଅଧିକ।ମାମଲା ଲୋକ ଲୋଚନକୁ ଆସି ପାରି ନାହିଁ। ଗୁଣିଆ , ଡାହାଣୀ ଜନିତ ଚିନ୍ତାଧାରା ଲୋକଙ୍କ ମନରୁ ହଟାଇବାକୁ ପଶ୍ଚିମାଞ୍ଚଳ ପୋଲିସ୍ ରେଞ୍ଜ ପକ୍ଷରୁ ଏକ ସେମିନାର ର ଆୟୋଜନ ରାଉରକେଲା ରେ ଆୟୋଜନ କରାଯାଇଥିଲା। ଏହି ସେମିନାର ରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ
ୱାଧୱାନି ଙ୍କ ସମେତ ରାଉରକେଲା , ସୁନ୍ଦରଗଡ଼ , କେନ୍ଦୁଝର ର ପୋଲିସ୍ ଅଧିକାରୀ ମାନେ ଯୋଗ ଦେଇଥିଲେ।