ରାଉରକେଲା : ଡକାୟତି ଯୋଜନା ପଣ୍ଡ।। ୫ ଗିରଫ ।। ଖଣ୍ଡା , ଭୁଜାଲି ଆଦି ମାରଣାସ୍ତ୍ର ଜବତ।

0 71

ରାଉରକେଲା : ୧୫/୭
(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ବଡ଼ ଅପରାଧକୁ ଏଡ଼ାଇଲା ପ୍ଲାଣ୍ଟସାଇଟ୍ ପୋଲିସ। ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି।
ମଙ୍ଗଳବାର ମଧ୍ୟରାତ୍ରିରେ ନାଇଟ୍ ପାଟ୍ରୋଲିଂ ସମୟରେ ଗୁପ୍ତ ସୂଚନା ପାଇ ପ୍ଲାଣ୍ଟସାଇଟ୍ ଥାନା ପୋଲିସ ବିଶ୍ରା ଛକ ନିକଟ ଟ୍ରାଫିକ୍ ମାର୍କେଟ୍ ପାର୍କିଂ ସ୍ଥାନରେ ଚଢ଼ାଉ କରିଥିଲା। ସେଠାରୁ ୫ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ଗୋଟିଏ ଭୁଜାଲି ଏବଂ ୨ଟି ଲୁହା ରଡ୍ ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଘର, ଦୋକାନ ଓ ପେଟ୍ରୋଲ ପମ୍ପକୁ ଟାର୍ଗେଟ୍ କରି ଡକାୟତି ପାଇଁ ପ୍ରସ୍ତୁତି କରୁଥିଲେ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଏକାଧିକ ଆପରାଧିକ ମାମଲା ରହିଥିବା ପୋଲିସ କହିଛି।

Leave A Reply

Your email address will not be published.