କୁତ୍ରାରେ ପୁଣି ଫୁଟିଲା ଗୁଳି, ଚିପ୍ସ ବୋଝେଇ ହାଇୱା ଉପରେ ୫ ରାଉଣ୍ଡ ଫାୟାରିଂ
ସୁନ୍ଦରଗଡ଼: ୯/୭
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ପୁଣି ଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇୱାକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ପ୍ରାୟ ୫ ରାଉଣ୍ଡ ଗୁଳିମାଡ଼ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ହାଇୱାଟି ଲାଞ୍ଜିବେର୍ଣ୍ଣାରୁ ଚିପ୍ସ ନେଇ ଖତକୁରବାହାଲ ଅଭିମୁଖେ ଯାଉଥିବା ବେଳେ ଦୁଇଟି ବାଇକରେ ଆସିଥିବା ୪ ଜଣ ଦୁର୍ବୃତ୍ତ ହଠାତ୍ ଗୁଳିମାଡ଼ କରିଥିଲେ। ଘଟଣାଟି ଆଜି ଅପରାହ୍ନ ଭୋର୍ ୩ଟା ବେଳେ ଘଟିଥିବା କୁହାଯାଉଛି।
ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିମାଡ଼ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ଘଟଣାର ସମସ୍ତ ଦିଗରୁ ତଦନ୍ତ ଚଳାଇଛି।