ବିରମିତ୍ରପୁର: ଜାରି ରହିଛି ବାଲି ମାଫିଆଙ୍କ ଉପରେ ଚଢ଼ାଉ।। ପୋଲିସ୍ , ଖଣି , ରାଜସ୍ୱ ବିଭାଗର ମିଳିତ ଚଢ଼ାଉ।। ଆଜି ପୁଣି ଜବତ୍ ହୋଇଛି ଆଉ ଏକ ଗାଡ଼ି।

0 80

ବେଆଇନ ବାଲି ଚୋରାଚାଲାଣ ଉପରେ ବଡ଼ ଚଢ଼ାଉ
ବିରମିତ୍ରପୁର, ୮ ଜୁଲାଇ:
(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ବାଲି ଖନନ ବିରୋଧରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିରମିତ୍ରପୁର ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉରେ ରାଇବଗା ଥାନା ଅନ୍ତର୍ଗତ ଦଲକି ନିକଟ ଶଙ୍ଖ ନଦୀ ପଠାରୁ ବେଆଇନ ବାଲି ଉଠାଣ ବେଳେ ଏକ ଟ୍ରକ୍ ଏବଂ ଏକ ଜେସିବି ଜବତ କରାଯାଇଛି।
ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଶଙ୍ଖ ନଦୀରୁ ଏକାଧିକ ଗାଡ଼ିରେ ବେଆଇନ ଭାବେ ବାଲି ଲୋଡିଂ ହେଉଥିବା ଖବର ପାଇ ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଥିଲା।
ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି। ଖଣି ବିଭାଗ ମଧ୍ୟ ଏହି ଚଢାଉରେ ସାମିଲ ହୋଇଛି। ଆହୁରି ଗାଡ଼ି ଜବତ ହେବା ସହ ବେଆଇନ ବାଲି ମାଫିଆଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି। ସବିଶେଷ ବିବରଣୀ ଅନୁଯାୟୀ ଆଜି ଆଉ ଏକ ବାଲି ବୋଝେଇ ଗାଡି ଜବତ ହୋଇଛି। ବେଆଇନ୍ ବାଲି ଉଠାଣ ଉପରେ ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି।

BreakingNews #IllegalSandMining #Biramitrapur #SankhRiver #Raibaga #Sundargarh #SatyaNewsAlert

Leave A Reply

Your email address will not be published.