ରାଉରକେଲା : ରାସ୍ତା ସମ୍ପ୍ରସାରଣ ପାଇଁ ଜବର ଦଖଲ ଉଚ୍ଛେଦ।। କଟିଙ୍ଗ ଛକ ଠାରୁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ।

0 80

BulldozerAction #Rourkela #RoadExpansion

ରାଉରକେଲା:୮/୭
(ସତ୍ୟାନ୍ୟୁଜ) ରାଉରକେଲାରେ ପୁଣି ବୁଲଡୋଜର ଆକ୍ସନ। ଦୀର୍ଘ ଦିନ ଧରି ଅଟକି ରହିଥିବା କଟିଂ ଛକରୁ ଦଲାକୁଦର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ସଡ଼କ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ବୁଧବାର ସକାଳୁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା।
ଜଲଦା ଓ ରଘୁନାଥପାଲି ପୋଲିସ ସହ ଲାଠିକଟା ତହସିଲ ପ୍ରଶାସନର ଉପସ୍ଥିତିରେ ବୁଲଡୋଜର ଲଗାଇ ସଡ଼କ ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର ମୁରଲୀଧର ଉର୍ମଲ ଏବଂ ପୂର୍ତ୍ତ ବିଭାଗ ଏସଡିଓ ନିତ୍ୟାନନ୍ଦ ସିଂହଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ସମ୍ପନ୍ନ ହୋଇଛି।
ପୂର୍ବରୁ ନୋଟିସ ପାଇଥିବା ୧୩ ଜଣଙ୍କ ଘର ଓ ଦୋକାନକୁ ଭଙ୍ଗାଯାଇଥିବା ବେଳେ ମୋଟ ୧୨ ରୁ ଅଧିକ ନିର୍ମାଣ ଉଚ୍ଛେଦ କରାଯାଇଛି। ଆଗାମୀ ଦିନରେ ସଡ଼କ ସମ୍ପ୍ରସାରଣରେ ବାଧକ ସାଜିଥିବା ଅନ୍ୟ ସମସ୍ତ ଅତିକ୍ରମଣ ମଧ୍ୟ ହଟାଯିବ ବୋଲି ପିଡବ୍ଲ୍ୟୁଡି ଏସଡିଓ ସୂଚନା ଦେଇଛନ୍ତି।
ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ୬ କିଲୋମିଟର ଲମ୍ବା ଏହି ସଡ଼କ ନିର୍ମାଣ ହେବ। ଏହାଦ୍ୱାରା ୧୪୩ ନମ୍ୱର୍ ଜାତୀୟ ରାଜପଥରୁ ଗ୍ରାମାଞ୍ଚଳକୁ ଯାତାୟାତ ଅଧିକ ସୁଗମ ହେବା ସହ ବଢ଼ୁଥିବା ଯାନବାହନ ଚାପ ହ୍ରାସ ପାଇବ ବୋଲି ପ୍ରଶାସନ କହିଛି।

ସତ୍ୟ ନ୍ୟୁଜ୍ ଆଲର୍ଟ ସହ ଯୋଡ଼ି ରୁହନ୍ତୁ, ସବୁଠୁ ଦ୍ରୁତ ଏବଂ ବିଶ୍ୱସନୀୟ ଖବର ପାଇଁ।

Leave A Reply

Your email address will not be published.