ରାଉରକେଲା : କୁଆଁରମୁଣ୍ଡା ରେ ନୂତନ ଭାବେ ଖୋଲି ଥିବା ମଦ ଦୋକାନ କୁ ବିରୋଧ।। ଦୋକାନ ରେ ତାଲା ପକାଇଲେ ଲୋକେ।

0 157

ରାଉରକେଲା:୮/୭
(ସତ୍ୟାନ୍ୟୁଜ) ନୂତନ ଭାବେ ଲାଇସେନ୍ସ ପାଇ ମଦ ଦୋକାନ ଖୋଲି ଥିବା ବିଦେଶୀ ମଦ ଦୋକାନ କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ମଦ ଦୋକାନ ରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଲୋକେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଅଞ୍ଚଳରେ। ପୂର୍ବରୁ ଏଠାରେ ମଦ ଦୋକାନ ନଥିଲା। ଏବେ ଲାଇସେନ୍ସ ପାଇ ନୂଆ ମଦ ଖୋଲା ଯିବାକୁ ପ୍ରବଳ ବିରୋଧ ହେଉଛି। ପାଖରେ ସ୍କୁଲ , ମନ୍ଦିର ଥିବାରୁ ଏହି ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ଉଠାଇ ନେବାକୁ ଦାବି ହୋଇଛି। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି।

Leave A Reply

Your email address will not be published.