ରାଉରକେଲା: ବିମାନ ବନ୍ଦର ସମ୍ପ୍ରସାରଣ କୁ ନେଇ ପୁଣି ବିବାଦ।। ବସ୍ତି ଏବଂ ସେକ୍ଟର ଭାଙ୍ଗିବାକୁ ପସନ୍ଦ କରୁନାହାନ୍ତି ଲୋକେ।। ଏଆରପୋର୍ଟ ସହର ବାହାରେ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର।
ରାଉରକେଲା : ୫/୭
(ସତ୍ୟାନ୍ୟୁଜ) ରାଉରକେଲା ବିମାନ ବନ୍ଦର ର ସମ୍ପ୍ରସାରଣ ଏବଂ ସହରରୁ ବଡ ବିମାନ ଉଡ଼ିବା ନେଇ ଲାଗି ରହିଥିବା ଆଶା , ଆଶଙ୍କା ର ଅବସାନ ଘଟିବା ନାଁ ନେଉ ନାହିଁ। ଏବେ ବିମାନ ବନ୍ଦର ସମ୍ପ୍ରସାରଣ କୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଛି। ଏଆରପୋର୍ଟ ନିକଟରେ ଥିବା ୧୩ , ୧୪ ଏବଂ ୧୫ ନମ୍ୱର୍ ସେକ୍ଟର ର କିଛି ବସ୍ତି ଏବଂ ଆରଏସପି କ୍ୱାର୍ଟର କୁ ଭଙ୍ଗା ଯାଇ ବିମାନ ବନ୍ଦର ସମ୍ପ୍ରସାରଣ ହେବ ବୋଲି କୁହା ଯାଉଛି। ତେବେ ରାଉରକେଲାରୁ ବର୍ତ୍ତମାନ ୭୨ ସିଟ୍ ବିଶିଷ୍ଟ ବିମାନ ଉଡ଼ିବା ବନ୍ଦ ହୋଇ ଯାଇଛି। ଏପରି ସ୍ଥଳେ ୩ ଟି ସେକ୍ଟର କୁ ଭାଙ୍ଗି ବିମାନ ବନ୍ଦର ସମ୍ପ୍ରସାରଣ କରିବା ଯୁକ୍ତିଯୁକ୍ତ ମନେ କରୁ ନାହାନ୍ତି ଲୋକେ।
ଏହି ପରିପ୍ରେକ୍ଷୀରେ ବିମାନ ବନ୍ଦର କୁ ସହରରୁ କିଛି ଦୂରରେ କରିବାକୁ ସମାଜସେବୀ ଅମିତାଭ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଏ ବାବଦରେ ଅବଗତ କରିଛନ୍ତି।