କୋରାପୁଟ : ବିପୁଳ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ ମାଓବାଦୀ।। ଏସପି ଙ୍କ ନିର୍ଦ୍ଦେଶରେ ଜବତ୍ କଲେ ଡିଭିଏଫ୍।

0 33

କୋରାପୁଟରେ ଡିଭିଏଫର ବଡ଼ ସଫଳତା: ଜଙ୍ଗଲରୁ ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ:୪/୭(ସତ୍ୟା ନ୍ୟୁଜ) କୋରାପୁଟରେ ସୁରକ୍ଷାବାହିନୀଙ୍କୁ ମିଳିଛି ଏକ ବଡ଼ ସଫଳତା। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ କୋରାପୁଟ ଜିଲ୍ଲା ଡିଭିଏଫ୍ ଯବାନମାନେ ମାଓବାଦୀଙ୍କ ଏକ ଗୁପ୍ତ ଡମ୍ପିଂ ସ୍ଥାନ ଠାବ କରିଛନ୍ତି।
ଏହି ଗୁପ୍ତ ସ୍ଥାନରୁ ୬ଟି ଦେଶୀ ବନ୍ଧୁକ, ୧୧ଟି ଟିଫିନ୍ ବୋମା, ବାରୁଦ, ଗୁଳି, ମାଓବାଦୀ ସାହିତ୍ୟ, ଗୋଟିଏ କ୍ୟାମେରା ଏବଂ ଦୁଇଟି ଫ୍ଲାସ୍ ଲାଇଟ୍ ସମେତ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ମାଓବାଦୀମାନେ ଭବିଷ୍ୟତରେ କୌଣସି ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଏହି ସାମଗ୍ରୀ ଲୁଚାଇ ରଖିଥିଲେ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଗୁପ୍ତେଶ୍ୱର ଅଞ୍ଚଳରୁ ମଧ୍ୟ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା। ଲଗାତାର ଦ୍ୱିତୀୟ ସଫଳତା ସୁରକ୍ଷାବାହିନୀଙ୍କ ମାଓ ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ଼ କରିଛି।
ଏନେଇ କୋରାପୁଟ ଏସପି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଅଞ୍ଚଳରେ ମାଓ ବିରୋଧୀ ସର୍ଚ୍ଚ ଅପରେସନ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Leave A Reply

Your email address will not be published.