ରାଉରକେଲା: ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ପଣ୍ଡ।। ବିର୍ସା ଛକ ନିକଟରୁ ୯ ଜଣଙ୍କୁ ଗିରଫ କଲା ପୋଲିସ।। ଖଣ୍ଡା , ଭୁଜାଲି ଆଦି ଜବତ।

0 120

ରାଉରକେଲା: ୫/୭ (ସତ୍ୟାନ୍ୟୁଜ) ପୋଲିସ୍ ର ତତ୍ପରତା ଯୋଗୁଁ ରାଉରକେଲା ରେ ଏକ ବଡ଼ ଧରଣର ଅପରାଧ ରୋକାଯାଇ ପାରିଲା। ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ମିଳିଥିଲା ଏକ ଗୁପ୍ତ ସୂଚନା। ବିସ୍ରା ଛକ ନିକଟ ଫଳ ବଜାର ପଛପଟ ନିଛାଟିଆ ସ୍ଥାନରେ କିଛି ଯୁବକ ମାରଣାସ୍ତ୍ର ଧରି ଏକାଠି ହୋଇଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ନିକଟସ୍ଥ ପେଟ୍ରୋଲ ପମ୍ପ ରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍।
ଘଟଣାସ୍ଥଳରୁ ୯ ଜଣ ଅଭିଯୁକ୍ତଙ୍କୁ କାବୁ କରା ଯାଇ ପାରିଥିଲା। ପୋଲିସର ସୂଚନା ଅନୁସାରେ, ସେମାନେ ନିକଟସ୍ଥ ଘର, ଦୋକାନ ଓ ପେଟ୍ରୋଲ ପମ୍ପକୁ ଟାର୍ଗେଟ୍ କରି ଡକାୟତି କରିବାକୁ ଯୋଜନା କରୁଥିଲେ।
ଚଢ଼ାଉ ବେଳେ ସେମାନଙ୍କ ନିକଟରୁ ୩ଟି ଖଣ୍ଡା, ୨ଟି ଭୁଜାଲି ଓ ୪ଟି ଲୁହା ରଡ୍ ଜବତ କରାଯାଇଛି।
ପ୍ଲାଣ୍ଟସାଇଟ୍ ଥାନାରେ ଏହି ଘଟଣାରେ ମାମଲା ରୁଜୁ କରାଯାଇଥିବା ବେଳେ ସମସ୍ତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ନାମରେ ସହରର ବିଭିନ୍ନ ସ୍ଥାନରେ ବହୁ ଅପରାଧିକ ମାମଲା ରହିଛି
ପୋଲିସର ତତ୍ପରତା ଯୋଗୁଁ ଏକ ବଡ଼ ଅପରାଧ ଘଟିବା ପୂର୍ବରୁ ରୋକାଯାଇଥିବା କୁହାଯାଉଛି।

Leave A Reply

Your email address will not be published.