ବିରମିତ୍ରପୁର: ବାଇକ୍ ଚୋରି ରାକେଟ୍ ର ପର୍ଦ୍ଦାଫାସ।। ୨ ଗିରଫ । ୮ ବାଇକ୍ ଜବତ।

0 111

ଚୋରା ବାଇକ୍ ବିକ୍ରି କରିବା ବେଳେ ବାଇକ୍ ଚୋର ଗ୍ୟାଙ୍ଗ ର ପର୍ଦ୍ଦାଫାସ।
ରାଉରକେଲା: ୫/୭(ସତ୍ୟାନ୍ୟୁଜ) ଚୋରା ବାଇକ୍ ବିକ୍ରି କରିବା ଚୋରଙ୍କ ପାଇଁ ହେଲା କାଳ। କ୍ରେତାଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ଗୁପ୍ତରେ ସୂଚନା ଦେଲେ। ସୂଚନା ପାଇ ପୁଲିସ ଚଢ଼ଉ କରି ଦୁଇ ଚୋରଙ୍କୁ ଗିରଫ କଲେ। ତଦନ୍ତ ଏବଂ ଯାଞ୍ଚ ପରେ ବାଇକ୍ ଚୋରି ରାକେଟ୍ ର ପର୍ଦ୍ଦାଫାଶ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ପୋଲିସ୍ ୭ଟି ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି କୁଆଁରମୁଣ୍ଡା ଫାଣ୍ଡି ପୁଲିସ। ଗିରଫ ଅଭିଯୁକ୍ତ ହେଲେ ରାଏବଗା ଥାନା ଅଞ୍ଚଳର ଆଲବର୍ଟ କିଣ୍ଡୋ ଏବଂ ବୀରମିତ୍ରପୁର ଥାନା ଅଞ୍ଚଳର କିଶୋର ଏକ୍କା। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି

Leave A Reply

Your email address will not be published.