ରାଉରକେଲା : ବ୍ରାଉନ ସୁଗର ଜବତ୍ କଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ। ଜଣେ ଗିରଫ ।

0 75

ରାଉରକେଲାରେ ଡ୍ରଗ୍ସ କାରବାର ବିରୋଧରେ ପ୍ଲାଣ୍ଟସାଇଟ୍ ପୋଲିସର ବଡ଼ ସଫଳତା। ୨୦ ଗ୍ରାମ ହେରୋଇନ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ରାଉରକେଲା:୨/୭
(ସତ୍ୟାନ୍ୟୁଜ) ବେଆଇନ୍ ଡ୍ରଗ୍ସ କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ କୁ ମିଳିଛି ପୁଣି ସଫଳତା। ଗୁରୁବାର ଦିନ ପାଟ୍ରୋଲିଂ ବେଳେ ଗୁପ୍ତ ସୂଚନା ଆଧାରରେ ରେଳୱେ କଲୋନୀ ବଡ଼ ପାର୍କ ନିକଟରେ ଚଢ଼ାଉ କରିଥିଲା ପ୍ଲାଣ୍ଟସାଇଟ୍ ପୋଲିସ। ସେଠାରୁ ଭଗୀରଥୀ ମେହେର ନାମକ ଜଣେ ବ୍ୟକ୍ତିଙ୍କୁ ୨୦ ଗ୍ରାମ ହେରୋଇନ ଏବଂ ଏକ ମୋବାଇଲ୍ ଫୋନ୍ ସହ ଗିରଫ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ହେରୋଇନକୁ ସାଧାରଣ ଲୋକ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ବିକ୍ରି କରିବାକୁ ନେଉଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି।
ଏନ୍‌ଡିପିଏସ୍ ଆଇନରେ ମାମଲା ରୁଜୁ କରି ପୋଲିସ ଡ୍ରଗ୍ସର ଉତ୍ସ ଓ ଏହି ରାକେଟ୍ ରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.