ରାଉରକେଲା:୧/୭
(ସତ୍ୟାନ୍ୟୁଜ) ମଦ ପାଇଁ ଲୁଟ୍ ମାର୍। ଏପରିକି ସହରର ମୁଖ୍ୟ ମାର୍ଗ ପାନପୋଷ ରୋଡ ରେ ଟ୍ରାଫିକ ଜାମ୍। ସହରର ସମସ୍ତ ମଦ ଦୋକାନ ବନ୍ଦ ରହିଛି। ଖୋଲିଛି ମାତ୍ର ଗୋଟିଏ ଦୋକାନ। ସିଭିଲ ଟାଉନସିପ ନିକଟସ୍ଥ ପାନପୋଷ ରୋଡ ରେ। ସେଥିପାଇଁ ଶହଶହ ଲୋକ ଏକ ସଙ୍ଗରେ ଭିଡ ଲଗାଇଛନ୍ତି ମଦ ନେବାକୁ। ସହରରେ ପ୍ରାୟ ସମସ୍ତ ମଦ ଦୋକାନ ନୂତନ ଭାବେ ଅକ୍ସନ ହୋଇ ଥିବାରୁ ଏବେ ବନ୍ଦ ରହିଛି। ଖୋଲା ରହିଛି କେବଳ ବଣ୍ଟା ବ୍ୟାରେଲ୍।
ଗୋଟିଏ ପଟେ ସହରର ପ୍ରାୟ ସବୁ ଥାନାରେ ଆଜି ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ କରା ଯାଇଛି। ନିଶା ଦ୍ରବ୍ୟ ସେବନ ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବାକୁ ଉପସ୍ଥିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଙ୍କୁ ପୋଲିସ୍ ଅଧିକାରୀ ସଚେତନ କରାଇ ଥିଲେ। ନିଶା ଦ୍ରବ୍ୟ ସେବନ ବିରୁଦ୍ଧରେ ଲଢ଼ିବାକୁ ଲୋକଙ୍କ ମନରେ ବେଶ୍ ଆଗ୍ରହ ଥିଲା।
ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର। ସହରର ସିଭିଲ ଟାଉନସିପ ନିକଟ ମେନ୍ ରୋଡ ରେ ଗୋଟିଏ ମାତ୍ର ଦୋକାନ ଖୋଲା ଥିବାରୁ ସେଠାରେ ମଦ କିଣିବାକୁ ଥିଲା ପ୍ରବଳ ଭିଡ।
ନିଶା ମୁକ୍ତ ଓଡ଼ିଶା କରିବାକୁ ହେଲେ ବିହାର ପରି ନିଶା ଦ୍ରବ୍ୟ ବିକ୍ରି ସମ୍ପୂର୍ଣ ନିଷେଧ କରାଗଲେ ନିଶା ବିରୁଦ୍ଧରେ ଲଢ଼େଇ ସଫଳ ହେବ ବୋଲି ମତ ପ୍ରକାଶ ପାଇଛି।