ବଣାଇ: ବାଜା ବଜାଇ , ଶୋଭାଯାତ୍ରା କରି ଗାଁ ବୁଲାଇଲେ।।ଗୋଟିଏ ସ୍କୁଲ ର ୪ ଜଣ ଶିକ୍ଷକଙ୍କୁ ଦିଆ ଗଲା ଭାବବିହ୍ବଳ ଅବସର କାଳୀନ ସମ୍ବର୍ଦ୍ଧନା।

0 107

ବଣାଇ:୨/୭(ସତ୍ୟାନ୍ୟୁଜ) ଢୋଲ ବାଜା ପ୍ରସେସନ କରି ବିଦାୟ ଦେଲେ ୪ ଶିକ୍ଷକଙ୍କୁ। ଏହି ଅବସରରେ ଗ୍ରାମବାସୀ ଦେଇଛନ୍ତି ବିଦାୟ। ଏମିତି ସେମିତି ନୁହେଁ ଗାଡି କରି ବାଜା ବଜାଇ ଗାଁ ଗାଁ ବୁଲାଇ ବିଦାୟ ଦେଇଛନ୍ତି। ଶିକ୍ଷକ ମାନଙ୍କୁ ଏପରି ଭାବବିହ୍ବଳ ବିଦାୟ ଖୁବ୍ କମ୍ ଦେଖା ଯାଏ। ଶିକ୍ଷକଙ୍କୁ ପୂଜା କରିବା ସହିତ ୨୦ କିଲୋମିଟର ପର୍ଯ୍ୟନ୍ତ ଗାଁ ଗାଁ ବୁଲାଇ ମନ୍ଦିର ଦର୍ଶନ କରି ବିଦାୟ ଦିଆ ଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଗୋଗୁଆ ସ୍କୁଲ ର ୪ ଶିକ୍ଷକ ଅବସର ନେବା ପରେ ଏପରି ବିଦାୟ ଯାହା ଏବେ ଚର୍ଚ୍ଚାରେ ରହିଛି। ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀ , ଅଭିଭାବକ ମାନଙ୍କ ସ୍ନେହ ଶ୍ରଦ୍ଧା କେବେ ଭୁଲି ହେବ ନାହିଁ ବୋଲି ଶିକ୍ଷକ ମାନେ କହିଛନ୍ତି। ଏହାସହ ଗୋଗୁଆ ସ୍କୁଲ ରେ ଏକ ଶିକ୍ଷା ଦାନ ରେ ଏକ ଅଧ୍ୟାୟ ସମାପ୍ତ ହେଲା। ଏଣିକି ନୂତନ ପିଢ଼ି ର ଶିକ୍ଷକ ମାନେ ପାଠ ପଢ଼ାଇବେ ପିଲାଙ୍କୁ।

Leave A Reply

Your email address will not be published.