ରାଉରକେଲା : ୨୨/୬
(ସତ୍ୟାନ୍ୟୁଜ) ଦେଶର ସବୁଠାରୁ ଆଧୁନିକ ଏବଂ ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ମଧ୍ୟ ରାଉରକେଲା ରେଳ ଷ୍ଟେସନ୍ ରୁ ବିଳମ୍ବରେ ଛାଡ଼ିବା ନେଇ ସୂଚନା ମିଳିଛି। ରାଉରକେଲାରୁ ପୁରୀ ଯାଉଥିବା ଏହି ଟ୍ରେନ୍ ଦିନ ୨ଟା ବେଳେ ଛାଡ଼ିବା କଥା। ମାତ୍ର ଆଜି ୯ ଘଣ୍ଟା ବିଳମ୍ବରେ ଛାଡ଼ିବା ନେଇ ସୂଚନା ମିଳିଛି। ଅର୍ଥାତ୍ ରାତି୧୧ ଟା ବେଳେ ଏହି ଟ୍ରେନ୍ ରାଉରକେଲାରୁ ଛାଡ଼ିବ। ଏକ ସପ୍ତାହ ହେଲା ଏହି ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ୩ ଦିନ ହେଲା ୮ ଘଣ୍ଟାରୁ ଉର୍ଦ୍ଧ୍ବ ବିଳମ୍ବ ହେଉଛି। ଶନିବାର ଏବଂ ରବିବାର ମଧ୍ୟ ବନ୍ଦେ ଭାରତ ଟ୍ରେନ୍ ୮ ଘଣ୍ଟା ବିଳମ୍ବରେ ଛାଡିଥିଲା । ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ।ପାଇଛି। ରେଲୱେ ପକ୍ଷରୁ ବିଳମ୍ବ ବାବଦରେ ସେପରି କୌଣସି ବିଶେଷ ସୂଚନା ଦିଆ ଯାଇନଥିବା ଅଭିଯୋଗ ହେଉଛି। ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ଲାଗି କାମ ଚାଲିଥିବାରୁ ଏ ପ୍ରକାର ସମସ୍ୟା ଦେଖା ଦେଇଥିବା କୁହା ଯାଉଛି। ଟ୍ରେନ୍ କୁ ପୂର୍ବତଟ ରେଳବାଇ ଦ୍ୱାରା ସମୟ ନିର୍ଦ୍ଧାରିତ କରାଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ସୁଧୁରିବ ବୋଲି ଆଶା କରା ଯାଉଛି। ତେବେ କେବଳ ବନ୍ଦେ ଭାରତ ନୁହେଁ ଅନ୍ୟ ଟ୍ରେନ୍ ମଧ୍ୟ ବିଳମ୍ବରେ ବାହାରୁଛି।