ରାଉରକେଲା : ଅନ୍ତର୍ଜାତୀୟ ଯୋଗ ଦିବସରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଯୋଗାଭ୍ୟାସ।। ଯୋଗଦେଲେ ବିଧାୟକ , ଜିଲ୍ଲାପାଳ , ଏଡିଏମ୍।
ଆନ୍ତର୍ଜାତୀୟ ଯୋଗ ଦିବସ: ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଯୋଗ ମାଧ୍ୟମରେ ସୁସ୍ଥ ଜୀବନର ସନ୍ଦେଶ
ରାଉରକେଲା, ୨୧/୬ (ସତ୍ୟାନ୍ୟୁଜ):
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ରାଉରକେଲାର ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଶାଳ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଉରକେଲା ବିଧାୟକ, ରଘୁନାଥପାଲି ବିଧାୟକ , ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂସ୍ଥାର ଶତାଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ସାମୂହିକ ଯୋଗାଭ୍ୟାସ ସହ ଯୋଗର ବିଭିନ୍ନ ଆସନ ଓ ପ୍ରାଣାୟାମ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ ଯୋଗର ଉପକାରିତା ଉପରେ ମତ ରଖି କହିଥିଲେ ଯେ, ନିୟମିତ ଯୋଗାଭ୍ୟାସ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିଥାଏ। ଏହା ଚାପ ଓ ଚିନ୍ତା କମାଇବା ସହ ଶରୀରକୁ ସକ୍ରିୟ ଓ ରୋଗମୁକ୍ତ ରଖିବାରେ ସହାୟକ ହୋଇଥାଏ।
ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏକ ସୁସ୍ଥ ଜୀବନଶୈଳୀର ମାର୍ଗ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରି ସୁସ୍ଥ ଓ ସନ୍ତୁଳିତ ଜୀବନ ଗଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଏହି ବିଶାଳ ଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ପ୍ରୟାସ